ଜଙ୍ଗଲରୁ ଯବାନଙ୍କ ମୃତଦେହ ଉଦ୍ଧାର , ମାଓବାଦୀ ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | March 12, 2020 IST

ମାଲକାନଗିରି ୧୨।୦୩:  ଗୁରୁବାର ଦିନ ସୀମାନ୍ତ ଜଙ୍ଗଲରୁ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯବାନ କେ.କର୍ମା ବୋଲି ଜଣାପଡିଛି । ସେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ)ରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ସୁକୁମା ଜିଲ୍ଲା ଧର୍ନାପାଲ ଥାନା ଆରକୁଟା ଗାଁରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କେ.କର୍ମା ଛୁଟିରେ ଗାଁକୁ ଆସିଥିଲେ । ମାଓବାଦୀମାନେ ଯବାନ ଆସିବା ଖବର ପାଇ ଘରୁ ଉଠାଇ ନେଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ତେବେ ଗୁରୁବାର ସକାଳ ସମୟରେ ଜଙ୍ଗଲରୁ କେ.କର୍ମାଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କର୍ମାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ମାଓବାଦୀମାନେ କର୍ମାଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ଶବକୁ ଜଙ୍ଗଲରେ ଫିଙ୍ଗିଦେଇ ପଳାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.