ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ଛୁରି ଭୁସି ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | February 24, 2020 IST

ରାୟଗଡା୨୪/୨: ରାୟଗଡା ସିଆରପିଏଫ୍ ଚତୁର୍ଥ ବାଟାଲିୟନର ପିଛା ଛାଡୁନି ଖରାପ ସମୟ। ୩ ମାସ ତଳେ ଏହି ବାଟାଲିୟନର ନିଖୋଜ ଜଣେ ଯବାନଙ୍କ କଙ୍କାଳ ରବିବାର ସହରର ଏକ ରାସ୍ତାପାର୍ଶ୍ୱରୁ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ଜଣେ ଯବାନ ନିଜ ଦେହରେ ଛୁରୀ ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଯବାନ ହେଲେ ବିଜୟପାଲ ସିଂ । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସେ ନିଜ ଦେହର ୩ଟି ସ୍ଥାନରେ ଛୁରୀ ଭୁସିଥିଲେ । ଗୁରୁତର ଅବସ୍ଥାରେ ସାଥୀ ଯବାନମାନେ ତାଙ୍କୁ ପ୍ରଥମେ ଜିଲ୍ଲା ମେଡିକାଲକୁ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡା ଯାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏସପି ଡ. ଶର୍ବଣା ବିବେକ ଏମଙ୍କୁ ପଚାରିବାରୁ ସେ କହିଛନ୍ତି କି ଯବାନ ଜଣଙ୍କ ଛୁରୀ ଭୁସି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଥାନାରେ ଏତଲା ହୋଇଛି । ତାଙ୍କ ଦେହରେ ୩ଟି ସ୍ଥାନରେ ଛୁରୀରେ ଆଘାତ ହୋଇଛି । ତଦନ୍ତ ପରେ ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.