ଛୁଟି କଟାଇବା ପାଇଁ ଘରକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

Published By : Prameya-News7 Bureau | December 28, 2020 IST

ଜୟପୁର ୨୮।୧୨: ଘରକୁ ଆସିଥିଲେ ପରିବାର ସହ ଛୁଟି କଟାଇବା ପାଇଁ। ହେଲେ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ। ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ଯବାନ। ମୃତ ଯବାନ ଜଣଙ୍କ ହେଲେ ବୋରିଗୁମ୍ମା ବ୍ଲକ ସନ୍ତୋଷପୁର ଗ୍ରାମର ଜଗନ୍ନାଥ ମାଝୀ । ସେ ସିଆରପିଏଫରେ କାର୍ଯ୍ୟରତ ଥିଲେ । ଛୁଟି କଟାଇବା ପାଇଁ ଆସିଥିଲେ ନିଜ ଘରକୁ ।

ଗତ ୨୦ ତାରିଖ କୁମିଲି ନିକଟ କଙ୍ଗାରୁଗୁଡା ଛକଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଜଗନ୍ନାଥ । ତାଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୨୬ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମରଶରୀର ପୈତୃକ ଗାଁରେ ପହଁଞ୍ଚିଛି । ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଭାଙ୍ଗିପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.