Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍

8/12/2021 at 1:19 PM

କଟକ ୮।୧୨: କଟକ ରେଳଷ୍ଟେସନରୁ ସେନାବାହୀନିର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଏନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା । ସେ କର୍ଣ୍ଣାଟକ ବାସିନ୍ଦା ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, କଟକରେ ଆୟୋଜିତ ଏକ କ୍ୟାମ୍ପରେ ଯୋଗଦେବାକୁ ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସିଥିଲେ । ଟ୍ରେନଟି ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ କଟକରେ ପହଞ୍ଚିବା ପରେ ସମସ୍ତ ଯବାନ ଓହ୍ଲାଇଥିଲେ । କିନ୍ତୁ ସେମାନଙ୍କ ଗଣତି ସମୟରେ ଟେନଜିନ୍ ଗଓ୍ବା ସେହି ଗ୍ରୁପରେ ନଥିବା ଜଣାପଡ଼ିଥିଲା । ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ ସମ୍ଭବପର ନହେବାରୁ ଏନେଇ ରେଳବାଇ ଥାନାରେ ସେନାର ମେଜର ଏକ ମାମଲା ରୁଜୁ କରିଛନ୍ତି । ଜିଆରପି ଥାନା ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାରଠାରୁ ନିଖୋଜ ଯବାନଙ୍କ ମୋବାଇଲ ସ୍ଵିଚ୍ ଅଫ୍ ଅଛି । ତେବେ ସିସିଟିଭି ଫୁଟେଜ ଏବଂ ସିଡିଆର ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।

   Related Posts