ଅଣ୍ଡା ଭାଙ୍ଗିବାକୁ ଦରକାର ପଡୁଛି ହାତୁଡ଼ି : ମାଇନସ୍ ୭୦ ଡିଗ୍ରି ତାପମାତ୍ରାରେ ଜୀବନ ସହ ସଂଘର୍ଷ କରି ଦେଶର ସୁରକ୍ଷା କରୁଛନ୍ତି ଯବାନ

Published By : Prameya-News7 Bureau | June 09, 2019 IST

ସିଆଚୀନ ୯/୬ : ଅଣ୍ଡାକୁ ନେଇ କେତେକଣ ପହେଲି। ଟିକେ ଅସାବଧାନ ହେଇଗଲେ ଅଣ୍ଡା ଭାଙ୍ଗିଯିବାର ଆଶଙ୍କା ରହିଛି। କିନ୍ତୁ ପୃଥିବୀର ଏମିତି ଏକ ସ୍ଥାନ ଅଛନ୍ତି ଯେଉଁଠି ଅଣ୍ଡା ଭାଙ୍ଗିବାକୁ ହାତୁଡ଼ି ଦରକାର। ତେବେ କାହିଁକି। ଏ ଅଣ୍ଡା ଟା ଅଲଗା ନା ହାତୁଡ଼ି ଅଲଗା ନା କଥାରେ ଆଉ କିଛି ଅଛି ଦେଖନ୍ତୁ।

{"id":121515}

ଅଣ୍ଡା ଭାଙ୍ଗିବାକୁ ହାତୁଡି ଦରକାର ପଡୁଛି । ଦେଖନାହାନ୍ତି ଅଣ୍ଡାକୁ ତଳେ ପିଟିଲେ ବି ଫାଟୁନି। ବାରମ୍ବାର ବାଡ଼େଇଲେ ଯାଇ ଭାଙ୍ଗୁଛି ସିନା କିନ୍ତୁ ଅଣ୍ଡା ଖାଇବା ଉପଯୋଗୀ ନାହିଁ । ଏମିତି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳେ ସିଆଚୀନରେ । ମାଇନସ୍ ୭୦ ଡିଗ୍ରି ତାପମାତ୍ରା। ସବୁଆଡେ କେବଳ ବରଫ ଆଉ ବରଫ ।

{"id":121516}

ଏମିତି ଅଞ୍ଚଳରେ ଶତ୍ରୁର ପାଦେପାଦେ ଗତି ଉପରେ ନଜର ରଖିଛନ୍ତି ଆମର ଯବାନ। ଏ ହେଉଛି ସେହି ସିଆଚେନ ଯେଉଁଠାରୁ କିଛି ଦିନ ତଳେ ନୂଆ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗସ୍ତ କରିଥିଲେ। ଆଉ ଦେଖନ୍ତୁ ସେଠାରେ ଯବାନମାନେ କେମିତି ସଂଘର୍ଷମୟ ଜୀବନ ବିତାଉଛନ୍ତି। ଯୁଦ୍ଧ କରିବା କଥା ଛାଡ଼ନ୍ତୁ, ଖାଇବା ପାଇଁ ମଧ୍ୟ ଯବାନମାନଙ୍କୁ ଖାଦ୍ୟ ସାମଗ୍ରୀ ସହ ଯୁଦ୍ଧ କରିବାକୁ ପଡୁଛି ।

{"id":121517}

ସେଠାରେ ଖାଦ୍ୟ ରାନ୍ଧିବା କିମ୍ବା ଖାଇବା କେଡ଼େ କଷ୍ଟକର ତାହା ଏହି ଭିଜୁଆଲ ଦେଖିଲେ ଅନୁଭବ କରିହେବ । କେତେଜଣ ଯବାନ ଉତ୍ତୋଳନ କରିଥିବା ଏମିତି ଏକ ଭିଡିଓ ଭାଇରାଲ୍  ହୋଇଛି। ଏଥିରେ ଦେଖିବାକୁ ମିଳୁଛି, ତିନି ଜଣ ଯବାନ ହାତୁଡ଼ି ଓ ଛୁରି ଦ୍ୱାରା ଛେଚି କାଟି ଖାଦ୍ୟ ଖାଇବାକୁ ଚେଷ୍ଟା କରୁଛନ୍ତି ।

wp:html
/wp:html

ଖୋଳ କାଟିଦେଲେ ଜୁସ୍‌ର ଏକ ଇଟା । ମାନେ ଜୁସ୍‌ ବରଫ ପାଲଟି ଯାଇଛି। ବରଫ ପାଲଟିଥିବା ଫଳରସକୁ ହାତୁଡ଼ିରେ ପିଟିଲେ ବି ଭାଙ୍ଗୁନାହିଁ। ଗରମ ପାଣିରେ ଫୁଟାଇଲେ ଯାଇ ସେ ବରଫ ଫଳ ରସକୁ ପିଇ ହେବ । ହେଲେ ସମୁଦ୍ରପତ୍ତନଠାରୁ ଏତେ ଉଚ୍ଚରେ ଥିବା ସ୍ଥାନରେ ପାଣି ଗରମ କରିବା ସହଜ ନୁହେଁ। ଯେଉଁଠାରେ ଖାଦ୍ୟର ପ୍ରତିଟି ଦାନା ଖୁବ ଗୁରୁତ୍ବ ରଖେ, ଯେଉଁଠି ଅଣ୍ଡା ଆଉ ଜୁସ୍‌ ପାଇଁ ଯବାନ ଖୁବ୍‌ ସତର୍କ ରୁହନ୍ତୁ। ଆଳୁ ଅବସ୍ଥା ବି ସେୟା ।

{"id":121519}

ଆଳୁକୁ ଖଣ୍ଡ କରିବା ଲାଗି ହାତୁଡିରେ ପିଟିବାକୁ ପଡୁଛି । ସେଠାରେ କିନ୍ତୁ ଶତ୍ରୁର ଗତିବିଧିକୁ ଉପରେ ନଜର ରଖିଛନ୍ତି ଆମର ଯବାନ। ଭାରତୀୟ ଯବାନଙ୍କୁ ଆମର କୋଟି ସାଲ୍ୟୁଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.