Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଯବାନ ଫେରାର, କିଛି ଦିନ ତଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା

12/07/2020 at 2:44 PM

ନବରଙ୍ଗପୁର ୧୨।୦୭: କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନା କରାଯାଉଛି । ଯଦି କେହି ନିୟମ ନମାନିବେ, ତେବେ କାହାକୁ କହିବେ ସରକାର । ନବରଙ୍ଗପୁର ସରକାରୀ ପଲିଟେକନିକ କଲେଜ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ ଫେରାର ହୋଇ ଯାଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ,  ସେ ଜଣେ BSF କନଷ୍ଟେବଲ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡିଛି । ଗତ ମାସ ୨୪ ତାରିଖରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । କୋଭିଡ଼ ହସପିଟାଲରେ ଚିକିତ୍ସା ପରେ ତାଙ୍କୁ କ୍ୱାରାଣ୍ଟାଇନରେ ରହିବା ଲାଗି ପରାମର୍ଶ ଦିଆଯାଇଥିଲା । ତେବେ ସେଠାରୁ ସେ ଗତ ୧୦ତାରିଖରେ ଫେରାର ହୋଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

   Related Posts