ଜିଦରେ ଅଟଳ ରାକେଶ୍ୱରଙ୍କ ପରିବାର, କହିଲେ ଅଭିନନ୍ଦନଙ୍କ ଭଳି ପୁଅ କଥା ଚିନ୍ତା କରନ୍ତୁ ସରକାର

Published By : Prameya-News7 Bureau | April 07, 2021 IST

ଛତିଶଗଡ ୭|୪: ଛତିଶଗଡ ହମଲା ପରେ ସିଆରପିଏଫ୍ କମାଣ୍ଡ ରାକେଶ୍ୱରଙ୍କୁ ରିହାତି ଦାବିରେ ଅଡି ବସିଛନ୍ତି ପରିବାର । ପରିବାର ଲୋକ କହିଛନ୍ତି ଯେମିତି ସରକାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କଥା ଚିନ୍ତା କରୁଥିଲେ ସେମିତି ଏବେ ବିଚାର କରନ୍ତୁ । ଯଦି ପାକିସ୍ତାନ ବିପକ୍ଷରେ ଏତେ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ଆମ ପୁଅ କଥା ଚିନ୍ତା କରିବାରେ ଏତେ ବିଳମ୍ୱ କାହିଁକି ।

ଆଜି ରାକେଶ୍ୱରଙ୍କ ପରିବାର ଲୋକେ ଏହି ଦାବି ନେଇ ଜାମ୍ମୁ ପୁଞ୍ଛ ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଗତ ୫ ଦିନ ଧରି ପରିବାର ଲୋକେ ତାଙ୍କ ଅପେକ୍ଷାରେ ଅଛନ୍ତି । ବିଜାପୁରର ଏକ ସାମ୍ୱାଦିକ ଅପହରଣ ନେଇ ସ୍ପଷ୍ଟକରିବା ପରେ ବି ସରକାର ନିରୁତ୍ତର ହୋଇ ବସିଛନ୍ତି । ପୁଅକୁ ନକ୍ସଲ କବଳରୁ ମୁକୁଳାଇବାରେ ସେତେଟା ଆଗ୍ରହ ପରିଲକ୍ଷିତ ହେଉନି । ତୁରନ୍ତ ସରକାର ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ଗତ ରବିବାର ଛତିଶଗଡରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୨୨ ଯବାନ୍ । ତେବେ ଜଣେ ଯବାନଙ୍କୁ ନକ୍ସଲମାନେ ବନ୍ଧକ ରଖିଥିବା ନେଇ ନକ୍ସଲମାନେ ସ୍ପଷ୍ଟ କରିଥିଲେ । ସ୍ଥାନୀୟ ପତ୍ରକାରଙ୍କ କହିବା ମୁତାବକ ଜଣେ ଯବାନ ଜଣଙ୍କ ନକ୍ସଲଙ୍କ ଗୁଳିରେ ଆହତ ହୋଇ ହସ୍ପିଟାଲେର ଚିକିତ୍ସିତ ହେଉଛନ୍ତି । ଦୁଇ ଦିନ ମଧ୍ୟରେ ଛାଡିବା ନେଇ ନକ୍ସଲମାନେ ସ୍ପଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.