ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର

Published By : Prameya-News7 Bureau | April 21, 2021 IST

ମାଲକାନଗିରି ୨୧।୪: ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲପନ୍ଥୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୋଟିଏ ଗାଈ ପ୍ରାଣ ହରାଇଥିବା ଜଣାପଡିଛି ।

ସୋନପୁର-କୁନ୍ଦଲା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ଆହତ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ନାରାୟଣପୁର ସଦର ହସ୍ପିଟାଲକୁ ନିଆଯାଇଛି ।  ସମ୍ପୂର୍ଣ୍ଣ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଥିବା ନାରାୟଣପୁର ଏସପି ନୀରଜ ଚନ୍ଦ୍ରାକାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.