ଦିଲ୍ଲୀ ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ : ଫି ବୃଦ୍ଧି ପ୍ରତିବାଦରେ କ୍ୟାମ୍ପସ ବାହାରେ ହଜାର ହଜାର ଛାତ୍ରଙ୍କ ଆନ୍ଦୋଳନ ,ପୋଲିସ ସହ ଧସ୍ତାଧସ୍ତି
11/11/2019 at 1:44 PM

ନୂଆଦିଲ୍ଲୀ ୧୧/୧୧: ଜବାହରଲାଲ ନେହରୁ ଛାତ୍ର ସଂସଦର ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି। ବିଶ୍ବବିଦ୍ୟାଳୟ ଫି ବୃଦ୍ଧି ସହ ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି ।

ବିଶ୍ବବିଦ୍ୟାଳୟର ନିଷ୍ପତ୍ତି ଛାତ୍ର ବିରୋଧୀ ବୋଲି ଷ୍ଟୁଡେଣ୍ଟସ ୟୁନିଅନ ଅଭିଯୋଗ କରି କ୍ୟାମ୍ପସ ବାହାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ୟାନର୍ ଧରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ଭାଗ ନେଇଥିଲେ।

ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୋଲିସ ବେରିକେଡ୍ ବସାଇଥିବାରୁ କେତେକ ଛାତ୍ର ପୁଲିସମାନଙ୍କ ସହ ସଂଘର୍ଷ କରିଥିବାର ଦେଖାଯାଇଥିଲା।

ଗତ ଗୁରୁବାର ଜେଏନ୍ ୟୁ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରି କହିଥିଲେ କି, ଡ୍ରାଫ୍ ଟ୍ ହଷ୍ଟେଲ୍ ମାନୁଆଲ୍ ବିରୋଧରେ ଆନ୍ଦୋଳନ ବନ୍ଦ କର। ଏହି ମାନୁଆଲ୍ ରେ ଫି ବୃଦ୍ଧି ଏବଂ ଡ୍ରେସ୍ କୋଡ୍ ପ୍ରସଙ୍ଗ ରହିଥିବା କଥା କୁହାଯାଉଛି।