ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର, ୦୪|୧୨: ଜୱାଦ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ଜୁଆର ପାଣି ପ୍ରାୟ ଅଢ଼େଇ କିମି ପର୍ଯ୍ୟନ୍ତ ଜନବସତି ଅଂଚଳକୁ ମାଡ଼ି ଆସିବାର ଆଶଙ୍କା ରହିଛି । ବାତ୍ୟା ଜୱାଦର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ଜୁଆର ମାଡ଼ି ଆସିବାର ଆଶଙ୍କା ରହିଛି ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାର ଟିକାୟତ ନଗରଠାରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଜୁଆର ଉଠି ପ୍ରାୟ ୨.୬୪ କିମି ପର୍ଯ୍ୟନ୍ତ ମାଡ଼ି ଆସିବ । ସେହିପରି ଜଗତସିଂହପୁର ଜିଲ୍ଲାର ମୂଷାଡ଼ିଆଁଠାରେ ପ୍ରାୟ ୨ଫୁଟ୍ ଉଚ୍ଚର ଜୁଆର ଉଠିବ ଓ ଏହା ୨.୩୭କିମି ଭିତରକୁ ମାଡ଼ିଆସିବାର ଆଶଙ୍କା ରହିଛି । ପୁରୀର ଛୁରିଆନାଠାରେ ପ୍ରାୟ ୨ ଫୁଟ ଉଚ୍ଚ ଜୁଆର ଉଠିବ ଓ ୧.୦୩କିମି ଭିତରକୁ ଜୁଆର ମାଡ଼ି ଆସିବାର ସମ୍ଭାବନା ଅଛି । ଭଦ୍ରକର ମୋହନପୁରଠାରେ ୨ଫୁଟ ପର୍ଯ୍ୟନ୍ତର ଜୁଆର ଆସି ପ୍ରାୟ ୬୪୦ମିଟର ଭିତରକୁ ପାଣି ମାଡ଼ିଆସିବ ।

ସେହିପରି ବାଲେଶ୍ୱରର ଶ୍ରୀକୋଣାଠାରେ ଦେଢ଼ଫୁଟ ଉଚ୍ଚର ଜୁଆର ଉଠିବ ଓ ପ୍ରାୟ ୭୮୦ମିଟର ପର୍ଯ୍ୟନ୍ତ ପାଣି ମାଡ଼ିଆସିବ । ସେହିପରି ଛତ୍ରପୁରର ପ୍ରୟାଗୀ ଓ ବ୍ରହ୍ମପୁରର ଗୋଳାବନ୍ଧଠାରେ ଜୁଆଉ ଉଠି ସ୍ଥଳଭାଗକୁ ମାଡ଼ି ଆସିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନାରୁ ଏହା ଜଣାପଡ଼ିଛି । ଓଡ଼ିଶାର ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାବେଳେ ଅମାବାସ୍ୟାର ପ୍ରଭାବ ମଧ୍ୟ ଏହି ଜୁଆର ଉପରେ ପଡ଼ିବ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.