ଅତି ନିକଟରୁ ମୃତ୍ୟୁକୁ ଦେଖିଥିଲେ ହସନପୁରର ଯବାନ, ବିସ୍ଫୋରଣ ହୋଇଥିବା ଗାଡି ପଛରେ ଥିଲେ

Published By : Prameya-News7 Bureau | February 17, 2019 IST

କଥା ରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ କି କରିବେ ବଳବନ୍ତ”। ସିଆରପିଏଫର ଯବାନ ଋଷିପାଲ ସିଂହ ମଧ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ। ବିସ୍ଫୋରଣରେ ହମଲା ହୋଇଥିବା ଯବାନଙ୍କ ବାହନ ପଛରେ ଥିବା ଗାଡିରେ ଋଷିପାଲ ଥିଲେ। ଋଷିପାଲ ବିଶ୍ୱାସ କରିପାରୁନଥିଲେ ଯେ ସେ ସୁରକ୍ଷିତ ଅଛନ୍ତି। ତେଣୁ ଏହି ଖବର ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସୁରକ୍ଷିତ ଥିବା ଖବର ଶୁଣି ପରିବାର ଲୋକେ ଶାନ୍ତ ହୋଇଥିଲେ।

{"id":85936,"width":594,"height":311}

ହସନପୁର ବାସିନ୍ଦା ତାରାଚନ୍ଦଙ୍କ ପୁଅ ଋଷିପାଲ ସିଂହ ସିଆରପିଏଫର ଜଣେ ଯବାନ। ଗୁରୁବାର ଦିନ ହୋଇଥିବା ଏହି ହମଲାରେ ଋଷିପାଲ ଯବାନ ସାଥିଙ୍କ ସହ ପଛ ଗାଡିରେ ଥିଲେ। ବିସ୍ଫୋରଣର ବହୁତ ସମୟ ପର୍ଯ୍ୟନ୍ତ ଧୁଆଁରେ କିଛି ଦେଖାଯାଉନଥିଲା। ଏହା ପରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଥିଲା। ଋଷିପାଲଙ୍କ ଛୋଟ ଭାଇ ଟିପି ସିଂହ କହିଥିଲେ ଯେ ଜାନୁଆରୀ ମାସ ୨୦ ତାରିଖରେ ଋଷିପାଲ ଛୁଟିରେ ଘରକୁ ଆସିଥିଲେ। ଛୁଟି କାଟି ଫେବୃଆରୀ ମାସ ୧୦ ତାରିଖରେ ଜମ୍ମୁ ଫେରିଥିଲେ। ସେଠାରେ ସେ ଜମ୍ମୁ କ୍ୟାମ୍ପରେ ରହୁଥିଲେ।

{"id":85937,"width":591,"height":443}

ଅନ୍ୟ ଯବାନଙ୍କ ସହ ଋଷିପାଲ ମଧ୍ୟ ଗାଡିରେ ଥିଲେ। ଟାର୍ଗେଟ କରାଯାଇଥିବା ଗାଡି ପଛରେ ଋଷିପାଲଙ୍କ ଗାଡି ଥିଲା। ଏହି ଭୟଙ୍କର ଘଟଣା ଘଟିଲା ପରେ, ପ୍ରଥମେ ଭାଇଙ୍କ ସହ ଫୋନରେ ସଂପର୍କ ହୋଇପାରିଥିଲା। ତାପରେ ସେ ସୁରକ୍ଷିତ ଥିବା ସୂଚନା ଘରେ ଦେଇଥିଲେ। ଋଷିପାଲଙ୍କ ସୁରକ୍ଷିତ ଥିବା ଖବର ଶୁଣିଲା ପରେ ଘରେ ସବୁ ଶାନ୍ତିରେ ନିଶ୍ୱାସ ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.