ଜାଓ୍ୱା ପେରାକ୍ ଏବଂ ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦, କେତେ ଦମଦାର ରହିଛି ଉଭୟ ବାଇକ୍

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ, ୧୩|୦୬:  ରୟାଲ ଏନଫିଲ୍ଡ୍ ୩୫୦ ଭାରତରେ ବିକ୍ରି ହେଉଥିବା ସବୁଠାରୁ ଲୋକପ୍ରିୟ ମୋଟରସାଇକେଲ୍ । ନିକଟରେ ରୟାଲ ଏନଫିଲ୍ଡର କ୍ଲାସିକ୍ ୩୫୦ ସିଙ୍ଗଲ୍ ଚ୍ୟାନେଲ୍ ଓ ଡୁଆଲ ଚ୍ୟାନେଲ୍ ଏବିଏସରେ ବଜାରକୁ ଆସିଥିଲା । ଫଳରେ ବାଇକ ଅଧିକ ଦମଦାର ହୋଇପଡିଛି । ଏପରିକି ବାଇକର ଦାମ୍ ମଧ୍ୟ ୨୭୫୫ ଟଙ୍କା ବୃଦ୍ଧି ପାଇଛି । ଏହା ମଧ୍ୟରେ ରୟାଲ ଏନଫିଲ୍ଡ୍ ବାଇକକୁ ପସନ୍ଦ କରୁଥିବା ଯୁବପୀଢିଙ୍କ ପାଇଁ ଆଉ ଏକ ବିକଳ୍ପ ବଜାରକୁ ଆସିଯାଇଛି । ଜାଓ୍ୱା ମୋଟରସାଇକେଲ୍ ଭାରତୀୟ ବଜାରରେ ପ୍ରବେଶ କରିଛି ।

ଜାଓ୍ୱା ରୟାଲ ଏଲଫିଲ୍ଡରୁ ହାଲୁକା ହୋଇଥିଲେ ମଧ୍ୟ ଏହା ବଡ ଦେଖାଯାଏ । ଏଥିରେ ଆପଣଙ୍କୁ କ୍ରୋମ୍ ବ୍ୟବହାର ମଧ୍ୟ ମିଳିବ । ଯାହା ପୂର୍ବରୁ ଜାଓ୍ୱା ବାଇକରେ ରହୁଥିଲା ।

{"id":285636,"width":694,"height":460,"sizeSlug":"large"}

ଉଭୟ ଜାଓ୍ୱା ପେରାକ୍ ଓ ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୫ ସ୍ପିଡ୍ ଗିଅର ବକ୍ସ୍ ଥିବା କ୍ଲାସିକ୍ ୩୫୦ରେ ୫ ସ୍ପିଡ୍ ଗିଅର୍ ବକ୍ସ, ୧୯.୧ ବିଏଚପି ପାଓ୍ୱାର, ୨୮ ଏନଏମ ଟର୍କ ରହିଛି । ସେହିପରି ଜାଓ୍ୱାରେ ୩୩୪ ସିସି ଇଞ୍ଜିନ୍, ୩୦ ବିଏଚପି ପାଓ୍ୱାର, ୩୧ ଏନଏମ ଟର୍କ ରହିଛି । ପାଓ୍ୱାର ମାମଲାରେ ଜାଓ୍ୱା କ୍ଲାସିକ୍ ୩୫୦ଠୁ ଅଧିକ ।

କ୍ଲାସିକ୍ ୩୫୦ରେ ଫ୍ରଣ୍ଟରେ ୧୯ ଇଞ୍ଚ ଓ ବ୍ୟାକରେ ୧୮ ଇଞ୍ଚର ଟାୟାର ରହିଛି । ଉଭୟ ମୋଟର ସାଇକେଲରେ ୨୮୦ ଏମଏମ ଡିସ୍କ ବ୍ରେକ ଓ ରିୟରରେ ୨୪୦ ଏମଏମ ଡିସ୍କ ବ୍ରେକ୍ ରହିଛି । କ୍ଲାସିକର ବ୍ୟାକ୍ ପିଷ୍ଟନ କ୍ଲିପର୍ ହୋଇଥିବା ବେଳେ ଜାଓ୍ୱାରେ ଫ୍ଲୋଟିଙ୍ଗ୍ ଡିସ୍କ୍ ରହିଛି । ଉଭୟରେ ସିଙ୍ଗଲ୍ ଓ ଡୁଆଲ୍ ଚ୍ୟାନେଲ ଏବିଏସ ରହିଛି ।

{"id":285639,"width":696,"height":391,"sizeSlug":"large"}

ଜାଓ୍ୱା ପେରାକର ଦାମ୍ ୧.୮୯ ଲକ୍ଷ ଟଙ୍କା ହୋଇଥିବା ବେଳେ କ୍ଲାସିକ୍ ୩୫୦ର ଦାମ ୧.୫୯ରୁ ଆରମ୍ଭ କରି ୧.୮୪ ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.