Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଖୁବଶୀଘ୍ର ବଡ ପରଦାକୁ ଆସିବ ରାକ୍ଷୀ ସାୱନ୍ତଙ୍କ ଜୀବନ କାହାଣୀ, ଜାଭେଦ ଅଖତର କରିବେ ବାୟୋପିକ୍

6/03/2021 at 3:16 PM

ମୁମ୍ବାଇ ୦୬/୦୩: ଯଦିଓ ରାକ୍ଷୀ ସାୱନ୍ତ ବିଗ୍ ବସ୍ ଜିତିପାରିନଥିଲେ, କିନ୍ତୁ ଶୋ ରୁ ଆସି ସାରିବାପରେ ତାଙ୍କ ଫ୍ୟାନ୍ସମାନଙ୍କ ସଂଖ୍ୟା ବଢିଯାଇଛି । ରାକ୍ଷୀ ତାଙ୍କ ବ୍ୟକ୍ତିଗତ ଜୀବନ, ​​ ତାଙ୍କ ବୟାନ ଏବଂ ତାଙ୍କ କର୍ମ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥିଲେ ।  କିନ୍ତୁ ଏଥର ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କର ବାୟୋପିକ୍ । ନିକଟରେ ରାକ୍ଷୀ ଦାବି କରିଛନ୍ତି ଯେ ପ୍ରସିଦ୍ଧ ଲେଖକ ଜାଭେଦ ଅଖତର ରାକ୍ଷୀଙ୍କ ଜୀବନରେ ଉପରେ ଆଧାରୀତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

PunjabKesari

ରାକ୍ଷୀଙ୍କ ଏହି କଥା ଜାଣିବା ପରେ କଛି ଲୋକ ଖୁସି ଥିବା ବେଳେ ଆଉ କିଛି ଏହାକୁ ମିଥ୍ୟା ବୋଲି କହୁଛନ୍ତି । ଏଥି ସହିତ ଜାଭେଦ ଅଖତର, ରାକ୍ଷୀ ସାୱନ୍ତଙ୍କ ଏହି ଦାବି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ଜାଭେଦ୍ ଅଖତର କହିଛନ୍ତି, ‘ରାକ୍ଷୀ ଠିକ୍ କହିଛନ୍ତି । ଚାରି କିମ୍ବା ପାଞ୍ଚ ବର୍ଷ ପୂର୍ବେ ଆମେ ଏକ ବିମାନରେ ଆମେ ଦେଖା ହୋଇଥିଲୁ । ସେତେବେଳେ ରାକ୍ଷୀ ମୋତେ ତାଙ୍କ ପିଲାଦିନ ବିଷୟରେ କହିଥିଲେ । ଏହା ପରେ ମୁଁ ତାଙ୍କୁ କହିଥିଲି ତାଙ୍କ ଜୀବନର ସ୍କ୍ରିପ୍ଟ ଲେଖିବି ।‘

PunjabKesari

ଏକ ଇଣ୍ଟରଭ୍ୟୁରେ ରାକ୍ଷୀ କହିଛନ୍ତି, ମୋର ବାୟୋପିକ୍ ବହୁତ ବିବାଦୀୟ ହୋଇପାରେ । ରାକ୍ଷୀ ଚାହୁଁଛନ୍ତି ତାଙ୍କ ଚରିତ୍ରରେ ଆଲିଆ ଭଟ୍ଟ ଅଭିନୟ ନକରନ୍ତୁ । ସେ ଏହି ଭୂମିକାରେ ଦୀପିକା ପାଦୁକୋନ, କରୀନା କପୁର କିମ୍ବା ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ଚାହୁଁଛନ୍ତି ।

   Related Posts