ବଲିଉଡ୍‌ ହିଟ୍‌ ଗୀତକୁ ଇଂରାଜୀ ଷ୍ଟାଇଲରେ ଗାଇ ଟ୍ରୋଲ୍ ହେଲେ କଂଗ୍ରେସ ନେତା, କଟାକ୍ଷ କଲେ ଲିଜେଣ୍ଡାରୀ

Published By : Prameya-News7 Bureau | September 07, 2021 IST

ମୁମ୍ୱାଇ ୦୭/୦୯ : ସଦାସର୍ବଦା ଚର୍ଚ୍ଚାରେ ଥାନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର । କୌଣସି ନା କୌଣସି କାରଣରୁ ସେ ବେଳେବେଳେ ଟ୍ୱିଟ ହେଉ ଅବା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି । ତେବେ କୌଣସି ରାଜନୈତିକ ଦଳ କିମ୍ୱା ନେତା ମନ୍ତ୍ରୀ ଟ୍ରୋଲ କରିନାହାଁନ୍ତି । ବରଂ ଏଥର ଟ୍ରୋଲ କରିଛନ୍ତି ବଲିଉଡର ଲେଜେଣ୍ଡାରୀ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଜାଭେଦ ଅଖତାରା ।

wp:html /wp:html

ସୂଚନା ଥାଉକି, ପୂର୍ବରୁ ଥରୁର ଟ୍ଵିଟରରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ହିନ୍ଦୀରେ ଏକ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ତାଙ୍କ ହିନ୍ଦୀ ଉଚ୍ଚାରଣକୁ ନେଇ ଗୀତିକାର ଜାଭେଦ ଅଖତର ତାଙ୍କୁ ଟ୍ରୋଲ କରିଛନ୍ତି । ଟ୍ଵିଟରରେ ଶଶି ଥରୁର ନିଜ ଗୀତ ଗାଇବା ବେଳର ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ହିନ୍ଦୀ ଫିଲ୍ମର ଗୀତ 'ଏକ ଅଜନବୀ ହସିନା ସେ ୟୁ ମୁଲାକାତ' ଗୀତ ଗାଉଛନ୍ତି ।

wp:html /wp:html

ହେଲେ ଥରୁରଙ୍କ ହିନ୍ଦୀ ଉଚ୍ଚାରଣ ସେ ଇଂରାଜୀ ଢଙ୍ଗରେ କରୁଥିବା ନଜର ଆସିଥିଲା । ଏହାକୁ ପୋଷ୍ପୋଟ କରି ଶଶି କ୍ୟାପସନ୍‌ରେ ଲେଖିଛନ୍ତି ବିନା ରିହର୍ସାଲରେ ଗୀତ ଗାଇଛି । ତେବେ ତାଙ୍କର ଏହି ଭିଡିଓକୁ ରିଟ୍ଵିଟ୍‌ କରି ଗୀତିକାର ଅଖତର ଲେଖିଛନ୍ତି, 'ବାଃ ! ଆମ ପାଖରେ ହିନ୍ଦୀରେ ବି ଠିକ୍‌ ଏମିତି ଏକ ଗୀତ ଅଛି ।' ଶଶି ଥରୁର ନିଜ ଗୀତ ଉଚ୍ଚାରଣ ଠିକ୍‌ ଭାବେ କରିନଥିବାରୁ ଜାଭେଦ ଏଭଳି ପ୍ରତିକ୍ରିୟା ଦେଇଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.