Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କଙ୍କନା ରଣାଓ୍ବତଙ୍କ ବିରୋଧରେ ଏତଲା ଦାଏର କଲେ ଜାଭେଦ ଅଖତର, ଅଭିନେତ୍ରୀ ଦେଇଥିଲେ ଅପମାନଜନକ ମନ୍ତବ୍ୟ !

3/11/2020 at 9:11 PM

ମୁମ୍ବାଇ ୩/୧୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏଥିପାଇଁ ବହୁ ବଡ଼ ବଡ଼ ଲୋକଙ୍କୁ ଦାୟୀ କରିଥିଲେ। ପରେ ପରେ ବହୁ ଫିଲ୍ମ ନିର୍ମାତା, ନିର୍ଦେଶକ, ଗୀତିକାରଙ୍କୁ ନେଇ ବିବାଦ ଉପୁଜିଥିଲା। ତେବେ ବହୁ ଚ୍ୟାନେଲେ୍‌ରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ଦାଏର କରିଛନ୍ତି ଗୀତିକାର ଜାଭେଦ ଅଖତର। ମୁମ୍ବାଇ ଆନ୍ଧେରିର ମେଟ୍ରୋପଲିଟାନ୍‌ ମାଜିଷ୍ଟେ୍ରଟ୍‌ଙ୍କ ଠାରେ ଏହି ଅଭିଯୋଗ କରିଛନ୍ତି ଜାଭେଦ।

ଏକ ଗଣମାଧ୍ୟମରେ ସାକ୍ଷାତକାର ଦେଇ ବରିଷ୍ଠ ବଲିଉଡ ଗୀତିକାର ଜାଭେଦ ଅଖତାରଙ୍କ ମାନହାନୀ କଲା ଭଳି ମନ୍ତବ୍ୟ ଦେଇଥିଲେ କଙ୍ଗନା। ଯେଉଁ ଭିଡିଓ ଏବେ ବିଭିନ୍ନ ଅନଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିସାରିଛି। ଏହାସହ କଙ୍ଗନା  ସୁଶାନ୍ତ ସିଂଙ୍କ ମାମଲାରେ ତାଙ୍କୁ ଅଯଥାରେ ଟାଣୁଥିବା ଜାଭେଦ ଅଖତର ଅଭିଯୋଗ କରିଛନ୍ତି।

ଏବେ ଜାଭେଦ ଅଖତର ନିଜ ଅଭିଯୋଗର ସତ୍ୟାସତ୍ୟ କୋର୍ଟରେ ଦାଖଲ କରିବେ। ସେପଟେ ଅଖତରଙ୍କ ଓକିଲ ନୀରଞ୍ଜନ ମୁନ୍ଦାରଗି ଅଭିଯୋଗ ବାବଦରେ ବିସ୍ତୃତରେ କିଛି କହିବାକୁ ମନା କରିଦେଇଛନ୍ତି। ଜାଭେଦଙ୍କ ଅଭିଯୋଗ କ୍ରମେ କଙ୍ଗନାଙ୍କ ବିରୋଧରେ ଧାରା ୪୯୯ ଓ ୫୦୦ ଅଧିନରେ ମାମଲା ରୁଜୁ କରିବାକୁ କହିଛନ୍ତି । ମାମଲାରେ ପ୍ରଥମ ଶୁଣାଣି ଡିସେମ୍ବର ୩ରେ ହେବାକୁ ବି ସେ କହିଥିବା ଜଣାପଡ଼ିଛି। ଅନ୍ୟପଟେ କଙ୍ଗନା ଏବେ ନିଜ ଘରେ ଥିବା ବେଳେ ସମ୍ପର୍କୀୟ ଭାଇଙ୍କ ବାହାଘରରେ ବ୍ୟସ୍ତ ଅଛନ୍ତି।  

   Related Posts