୭୭ ବର୍ଷରେ ପାଦ ଦେଲେ ଭେଟରାନ୍‌ ଗୀତିକାର ଜାଭେଦ୍‌ ଅଖତର, ଲଭ୍‌ ଲେଟର ଲେଖକରୁ ହୋଇଥିଲେ ପ୍ରସିଦ୍ଧ ସଂଗୀତଜ୍ଞ

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭।୦୧:  ବଲିଉଡର ଭେଟରାନ୍‌ ପ୍ରସିଦ୍ଧ ନାମୀଦାମୀ ଗୀତିକାର ଜାଭେଦ ଅଖତର । ଜାଭେଦ ଅଖତର ହିନ୍ଦୀ ସିନେମାରେ ଅନେକ ହିଟ୍‌ପିଲ୍ମର କାହାଣୀ ସହ ଗୀତ ମଧ୍ୟ ଲେଖିଛନ୍ତି । ଆଜି ସେ ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବହୁତ ରୁଚି ରଖିଥିଲେ । ଧିରେ ଧିରେ ବୟସ ବଢିବା ଅନୁସାରେ ଲେଖାରେ ବେଶ ପାରଙ୍ଗମ ହୋଇଥିଲେ । ସ୍କୁଲରେ ପଢିବା ସମୟରେ ଅନେକ ଲୋକ ତାଙ୍କଠାରୁ ଲଭ ଲେଟର ଲେଖୁଥିବା ନେଇ ସେ ଏକ ସାକ୍ଷାତ୍‌କାରରେ କହିଥିଲେ । ଏମିତିକି ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ ସେମାନଙ୍କ୍ ପାଇଁ ବି ସେ ଲଭ ଲେଟର ଲେଖୁଥିଲେ ।

ଲଭ ଲେଟର ଲେଖିବାରେ ଜାଭେଦଙ୍କର ଖୁବ୍ ଡିମାଣ୍ଡ ଥିଲା । ପ୍ରଥମେ ବଲିଉଡରେ ଏଣ୍ଟ୍ରି କରିବାକୁ ସେ ଖୁବ୍ ଷ୍ଟ୍ରଗଲ କରିଥିଲେ । ଏହାପରେ ସଲିମ ଜାଭେଦଙ୍କ ଯୋଡି ମିଶି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୨୪ଟି ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ ଏହି ଯୋଡି । ଏଥି ମଧ୍ୟରୁ ପ୍ରଥମ ୪ଟି ଫିଲ୍ମ ସୁପର ଫ୍ଲପ ହେବା ପରେ ବାକି ଗୁଡିକ ଦର୍ଶକଙ୍କ ମନକୁ ଛୁଇଁଥିଲା  । ୭୦ଦଶକରେ ସଲିମ୍-ଜାଭେଡ୍ ଯୋଡି ସ୍କ୍ରିନ୍ ରାଇଟର୍ ଭାବରେ ମହୁତ ଲୋକପ୍ରିୟ ହୋଇଥିଲେ ।  'ଜନଜୀର', ଦିୱାର, 'ଶୋଲେ' ଭଳି କ୍ଲାସିକାଲ ଫିଲ୍ମ ଦେଇଥିଲେ। ପରେ ଜାଭେଦ୍ ଅଖତର ଜଣେ ଗୀତିକାର ଭାବରେ ପ୍ରସିଦ୍ଧ ହୋଇଥିଲେ ତାଙ୍କ ଦ୍ୱାରା 'ବର୍ଡର', 'ଲଗାନ୍', 'କାଲ୍ ହୋ ନା ହୋ', ସୀଲସୀଲା, 'ଯୋଧ୍ୟା ଆକବର'ର ପରି ଅନେକ ଫିଲ୍ମର ହିଟ୍ ଗୀତଗୁଡ଼ିକ ଲେଖାଯାଇଛି।

ମନୋରଞ୍ଜନ ଦୁନିଆରେ ପାଦ ଦେବା ପରେ ଫିଲ୍ମ ‘ସୀତା ଔର ଗୀତା’ ଚଳଚ୍ଚିତ୍ରରେ କାମ କରିବା ସମୟରେ ହନି ଇରନୀଙ୍କୁ ପ୍ରେମ କରି ବସିଥିଲେ ଜାଭଦେ । ଏହାପରେ ହନିଙ୍କ ସହ ସେ ସଂସାର ବି ଗଢିଥିଲେ । ହନି ପ୍ରଥମେ ଝିଅ ଜୋୟା ଓ ପରେ ପୁଅ ଫରହାନଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏହାପରେ ବଲିଉଡ ଅଭିନେତ୍ରୀ ସବାନା ଆଜମୀଙ୍କ ପ୍ରେମରେ ପଡିଥିଲେ ଜାଭେଦ । ଆଉ ଶେଷରେ ହନିଙ୍କଠାରୁ ଅଲଗା ହୋଇ ସବାନା ଆଜମୀଙ୍କ ସହ ହସ ଖୁସିରେ ସଂସାର ବିତାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.