Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ନିଜ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି ଜାଭେଦ୍ ଅଖତର୍: ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ଅନେକ ସମ୍ମାନରେ ସମ୍ମାନିତ

17/01/2021 at 1:24 PM

ମୁମ୍ବାଇ ୧୭/୦୧ : ବଲିଉଡର ବରିଷ୍ଠ ସଂଗୀତକାର ଓ କବି ଜାଭେଦ ଅଖତରଙ୍କ ଆଜି ଜନ୍ମଦିନ। ଆଜି ସେ ୭୬ ବର୍ଷ ବୟସରେ ପଦାର୍ପଣ କଲେ। ୧୯୪୫ ମସିହା ଜାନୁଆରୀ ୧୭ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଫିଲ୍ମରେ ଗୀତ ଲେଖିବା ଓ କବିତା ଲେଖିବା ପାଇଁ ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ସାହିତ୍ୟ ଏକଡ଼େମୀ ଓ ୫ଟି ରାଷ୍ଟ୍ରୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। ସେ ଏବେ ମଧ୍ୟ ବହୁତ ଆକ୍ଟିଭ। ସେ ପ୍ରତ୍ୟେକ ସାମାଜିକ ପ୍ରସଙ୍ଗରେ ନିଜ ରାୟ ଦିଅନ୍ତି।

ଫିଲ୍ମ ପାଇଁ ଗୀତ ଓ ସ୍କ୍ରିପ୍ଟ ଲେଖିବା ପୂର୍ବରୁ ଜାଭେଦ ଅଖତର କ୍ଲାପର ବଏ ଭାବେ କାମ କରୁଥିଲେ। ଗୀତ ଓ କବିତା ଲେଖିବା ଛଡା ଜାଭେଦ ଅଖତର ଶୋଲେ, ଜଞ୍ଜିର୍, ଦିୱାର୍ ଭଳି ଫିଲ୍ମ ପାଇଁ ଜାଭେଦ ସଲିମଙ୍କ ସହ ସ୍କ୍ରିନପ୍ଲେ ମଧ୍ୟ ଲେଖିଛନ୍ତି। ଜାଭେଦ ଅଖତର ପ୍ରଥମେ ‘ଅଧିକାର’ ଓ ‘ଅନ୍ଦାଜ’ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିଥିଲେ। ୧୯୮୨ ମଧ୍ୟରେ ଉଭୟ ସମ୍ପର୍କରେ ଫଟା ସୃଷ୍ଟି ହୋଇଥିଲା। ଉଭୟ ୨୪ଟି ଫିଲ୍ମରେ ମିଶି କାମ କରିଛନ୍ତି। ଏହାପରେ ଦୁହେଁ ଅଲଗା ଅଲଗା କାମ କରିଥିଲେ।

ଜାଭେଦ ଅଖତର ରୋମାଣ୍ଟିକ ଗୀତରୁ ଆରମ୍ଭ କରି ଦୁଃଖଦାୟକ ଗୀତ ଲେଖିଛନ୍ତି। ସେ ସାମାଜିକ ପ୍ରସଙ୍ଗ ଉପରେ ମଧ୍ୟ ଗୀତ ଓ କବିତା ଲେଖିଛନ୍ତି। ଭାରତୀୟ ସାହିତ୍ୟ, ସିନେମା ଓ ମ୍ୟୁଜିକରେ ଅମୁଲ୍ୟ ଯୋଗଦାନ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି। ସେ ସାମାଜିକ ଓ ରାଜନୈତିକ ଆକ୍ଟିଭିଷ୍ଟ ଓ ରିଚାର୍ଡ ଡକିନ୍ସ ଆୱାର୍ଡର ମଧ୍ୟ ବିଜେତା।

ଜାଭେଦ ଅଖତରଙ୍କ ୫ଟି ଲୋକପ୍ରିୟ ଗୀତ:


୧. ‘ୟେ କହାଁ ଆଃ ଗଏ ହମ’- ଏହି ଲୋକପ୍ରିୟ ଗୀତ ଆଜି ବି ଲୋକଙ୍କ ମନରେ ଅଛି। ଏହି ଗୀତରେ ଅମିତାଭ ବଚ୍ଚନ ଓ ରେଖା ଅଭିନୟ କରିଛନ୍ତି। ଏହି ଗୀତ ସିଲସିଲା ଫିଲ୍ମର।

୨. ଇନ୍ ଲହ୍ମୋ କୋ ଦାମନ୍ ମେଁ- ଯୋଦ୍ଧା ଆକବରର ଏହି ଗୀତରେ ହ୍ରିତିକ ରୋଶନ ଏବଂ ଏୌଶ୍ୱର୍ଯ୍ୟା ରାୟ ଅଭିନୟ କରିଛନ୍ତି। ଏହି ଗୀତକୁ ସୋନୁ ନିଗମ ଗାଇଥିଲେ।

୩. କଲ ହୋ ନା ହୋ- ଏହି ଗୀତରେ ଶାହରୁଖ ଖାନ ଅଭିନୟ କରିଥିଲେ। ଏହି ଗୀତ ସୋନୁ ନିଗମ ଗାଇଥିଲେ।

୪. ପ୍ୟାର ହୁଆ ଚୁପକେ ସେ- ୧୯୪୨-ଏ ଲାଭ ଷ୍ଟୋରିର ଏହି ଗୀତ ଆଜି ବି ଲୋକଙ୍କୁ ବହୁତ ପସନ୍ଦ। ଏହି ଗୀତରେ ଅନିଲ କପୁର ଓ ମନୀଷା କୋଇରାଲା ଅଭିନୟ କରିଥିଲେ।

୫. ପଞ୍ଚି ନଦିୟା- ଏହି ଗୀତ ଫିଲ୍ମ ରିଫ୍ୟୁଜିର। ଏହି ଗୀତରେ ଅଭିଷେକ ବଚ୍ଚନ ଓ କରିନା କପୁର ଅଭିନୟ କରିଛନ୍ତି।

   Related Posts