କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ଜୟପୁର, ତିରୁଅନନ୍ତପୁରମ ଓ ଗୌହାଟୀ ବିମାନ ବନ୍ଦରର ହେବ ଘରୋଇ କରଣ

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯।୮:  ଇଣ୍ଡିଆନ ଏୟାରପୋର୍ଟ ଅଥରିଟିଙ୍କ ଜୟପୁର, ତିରୁଅନନ୍ତପୁରମ ଓ ଗୌହାଟୀ ବିମାନ ବନ୍ଦରର ଘରୋଇକରଣ ହେବ। ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି)ରେ ଏହି ବିମାନବନ୍ଦରଗୁଡିକୁ ଲିଜରେ ଦେବା ନିମନ୍ତେ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

{"id":317001,"width":540,"height":405,"sizeSlug":"large"}

ଜାବଡେକର କହିଛନ୍ତି ଯେ ଏହି ସବୁ ବିମାନ ବନ୍ଦରର ଘରୋଇ କରଣ ହେଲେ ୧ହଜାର ୭୦ କୋଟି ଟଙ୍କା ମିଳିବ।  ଏହି ଅର୍ଥକୁ ଏୟାରପୋର୍ଟ ଅଥରିଟି ଛୋଟ ସହରାଞ୍ଚଳର ବିମାନ ବନ୍ଦର ବିକାଶ କାର୍ଯ୍ୟରେ ନିବେଶ କରିପାରିବେ। ଏହା ଛଡା ବିମାନ ବନ୍ଦରରେ ଯାତ୍ରୀଙ୍କୁ ଉନ୍ନତମାନର ସୁବିଧା ଓ ସୁଯୋଗ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହିସବୁ ବିମାନବନ୍ଦରକୁ ୫୦ ବର୍ଷ ପର୍ଯ୍ୟନ୍ତ ଲିଜରେ ଦିଆଯିବ।

{"id":317002,"sizeSlug":"large"}

ଏନଆରଏକୁ ସବୁଜ ସଂକେତ
ସେହିପରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନ୍ୟାସନାଲ ରିକ୍ରୁଇଟମେଣ୍ଟ ଏଜେନ୍ସୀ (ଏନଆରଏ)କୁ ସବୁଜ ସଂକେତ ମିଳିଛି। ଦେଶରେ ଚାକିରୀ ଲାଗି ଯୁବ ପିଢୀଙ୍କୁ ଅନେକ ପ୍ରକାର ସାକ୍ଷାତକାର ପରୀକ୍ଷା ଦେବାକୁ ପଡୁଛି। ଦେଶରେ ୨୦ଟି ସଂସ୍ଥା ଦେଶରେ ନିଯୁକ୍ତି ପରୀକ୍ଷା କରାଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି। ଏବେ ଏହି ସବୁ ଏଜେନ୍ସୀଙ୍କ ବଦଳେ ନ୍ୟାସନାଲ ରିକ୍ରୁଇଟମେଣ୍ଟ ଏଜେନ୍ସୀ କମନ ଏଲିଜେବିଲିଟି ଟେଷ୍ଟ ମାଧ୍ୟମରେ ବିଭିନ୍ନ ପଦପଦବୀ ଲାଗି ପ୍ରାର୍ଥୀ ଚୟନ କରିବେ। ଏଥିରୁ ଦେଶର କୋଟି କୋଟି ଯୁବକଯୁବତୀ ଲାଭବାନ ହେବେ ବୋଲି ଜାବଡେକର ଆଶାବ୍ୟକ୍ତ କରିଛନ୍ତି।

{"id":317005,"sizeSlug":"large"}

ଡିସ୍କମସ୍‌କୁ ରିହାତି
କୋଭିଡ-୧୯ ମହାମାରୀ ଯୋଗୁ ଦେଶର ଶକ୍ତି କ୍ଷେତ୍ର ଗୁରୁତର ସଂକଟ ଦେଇ ଗତି କରୁଛି। ଗୋଟିଏ ପଟେ ବିଦ୍ୟୁତ ଆବଶ୍ୟକତା ହ୍ରାସ ହୋଇଥିବା ବେଳେ ଅନ୍ୟପଟେ ବକେୟା ବିଦ୍ୟୁତ ବିଲ ଆଦାୟ ହୋଇପାରୁନାହିଁ। ଏଣୁ ରାଜ୍ୟମାନଙ୍କର ଡିସକମ୍ସକୁ ରିହାତି ଦେବା ଲାଗି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ (ଆରଇସି)ଙ୍କୁ ଋଣଦାନ ନିମନ୍ତେ  ପାୱାର ଫାଇନାନ୍ସ କର୍ପୋରେସନ (ପିଏଫସି)ଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଫଳରେ ଡିସକମ୍ସକୁ ଏବେ ୱାର୍କିଂ କ୍ୟାପିଟାଲର ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ମିଳିପାରିବ। ଫଳରେ ଡିସକମ୍ସଙ୍କ ତରଳତା ବୃଦ୍ଧି ସହ ବିଦ୍ୟୁତ ବିତରଣରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଜାବଡେକର କହିଛନ୍ତି।

{"id":317007,"width":578,"height":301,"sizeSlug":"large"}

ସେହିପରି ଆଖୁ ଚାଷୀଙ୍କ ନିମନ୍ତେ ଲାଭକାରୀମୂଲ୍ୟ ବୃଦ୍ଧି ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ଚାଷୀଙ୍କୁ ରିକୋଭରି ହାରରେ ୧୦ ପ୍ରତିଶତ ଧାର୍ଯ୍ୟ ହୋଇଛି। ଫଳରେ ଚାଷୀ ପ୍ରତି କ୍ୱିଣ୍ଟଲ ଆଖୁ ଏବେ ୨୮୫ ଟଙ୍କା ଦରରେ ବିକିବେ। ଚାଷୀଙ୍କୁ କ୍ୱିଣ୍ଟଲ ପିଛା ୨୮ଟଙ୍କା ୫୦ ପଇସାରୁ ଅଧିକ ଲାଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.