ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ: ମୃତ ମହିଳାଙ୍କ ଭଉଣୀ କହିଲେ, ତାକୁ ମାରି ଟାଙ୍ଗି ଦେଇଛନ୍ତି

Published By : Prameya-News7 Bureau | August 12, 2020 IST

ଭଦ୍ରକ୧୨/୮: ପୁଣି ସାମ୍ନାକୁ ଆସିଲା ଯୌତୁକ ଲୋଭରେ ମହିଳାଙ୍କୁ ହତ୍ୟା ଅଭିଯୋଗ।ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭଉଣୀ। ସେ କହିଛନ୍ତି ଯେ, ତାଙ୍କ ଭଉଣୀଙ୍କ ଶାଶୁ, ଶ୍ବଶୁର ଏବଂ ଯାଆ ମିଶି ତାଙ୍କ ହତ୍ୟା କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଭଉଣୀର ମୃତ୍ୟୁ ପଛରେ ତାଙ୍କ ଶାଶୁଘର ଲୋକଙ୍କ ହାତ ରହିଛି।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଗାଁର ଉତ୍କଳ କିଶୋର ଜେନାଙ୍କ ସ୍ତ୍ରୀ ସ୍ବପ୍ନା ରାଣୀ ଜେନାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ଏନେଇ ସ୍ବପ୍ନାଙ୍କ ଶ୍ୱଶୁର ଘର ଲୋକ ବାପ  ଘର ପରିବାରକୁ ଜଣାଇଥିଲେ । ତେବେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେତେବେଳକୁ ମୃତା ମହିଳାଙ୍କ ମୃତଦେହକୁ  ଏକ ଅଟୋରେ ଭର୍ତ୍ତି କରି ଦେଇଥିଲେ।

ସ୍ବପ୍ନା ନିଜ ଶୋଇବା  ଘରେ ରଶି  ଲଗାଇ  ଆତ୍ମହତ୍ୟା କରିଥିବା ଶ୍ୱଶୁର  ଘର ଲୋକେ କହିଛନ୍ତି। ମୃତାଙ୍କ ମହିଳାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ପୂର୍ବରୁ ତାଙ୍କ ଝିଅକୁ ସେମାନେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ।ଏନେଇ ମୃତ ମହିଳାଙ୍କ ପରିବାର ଲୋକ  ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ,  ଶାଶୁ, ଶ୍ୱଶୁର ଏବଂ ଯାଆଙ୍କ ଅଟକ  ରଖିଥିବା ସୂଚନା ମିଳିଛି । ତେବେ ମୃତ ସ୍ବପ୍ନାଙ୍କର  ୬ ମାସ ର  ଝିଅଟିଏ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.