Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ପ୍ରେମ ମାନିଲାନି ସଂପର୍କ: ନାବାଳିକା ଝିଆରୀକୁ ପ୍ରେମ ବିବାହ କରିଥିଲେ ଦାଦା, ଯୌତୁକ ନିର୍ଯାତନା ଅଭିଯୋଗ ପରେ ଜେଲ୍‌ର ୪ କାନ୍ଥ ଭିତରେ ଏବେ ସ୍ବାମୀ

24/09/2020 at 4:26 PM

ଢ଼େଙ୍କାନାଳ୨୪/୯: ନାବାଳିକାଙ୍କୁ ପ୍ରେମ ବିବାହ କରିବା ପରେ ଯୌତୁକ ନିର୍ଯାତନା ଅଭିଯୋଗ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ନାବାଳିକା ଝିଆରୀକୁ ପ୍ରେମ ଜାଲରେ ଫସେଇ ବିବାହ କରିଥିଲେ ସମ୍ପର୍କୀୟ ଦାଦା। ଏହାପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ଭୁବନ ବ୍ଲକ ଅନ୍ତର୍ଗତ ମଠଖୋକଷା ଗ୍ରାମର ସୂର୍ଯ୍ୟମଣି ପାତ୍ର ଓରଫ ସିପୁନ, ତାଙ୍କ ବୟସ ୨୦ ବର୍ଷ। ଓଡିଶ ଗ୍ରାମର ଜନୈକ ପୀଡିତାଙ୍କ ଦାଦା ହେବେ ସିପୁନ।

ପରିବାର ଲୋକଙ୍କ କହିବା ମୁତାବକ, ଯାତ୍ରା ଦେଖିବା ଲାଗି ଉଭୟ ପୁଅ-ଝିଅ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପ୍ରେମ ସଂପର୍କକୁ ନେଇ ଦୁଇ ପରିବାର ଭିତରେ ଝଗଡ଼ା ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ନାବାଳିକା ଜଣଙ୍କ ନିଜ ସଂପର୍କୀୟ ଦାଦାଙ୍କ ସହ ଘରୁ ଫେରାର ହୋଇଥିଲା।ସେଠାରେ କାହାକୁ କିଛି ନଜଣାଇ ସୂର୍ଯ୍ୟମଣିର ପରିବାର ଲୋକେ ଦୁହିଁଙ୍କର ବିବାହ କରାଇ ଦେଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ନାବାଳିକାକୁ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ସୂର୍ଯ୍ୟମଣି ଏବଂ ତାଙ୍କ ପରିବାର ନାବାଳିକାକୁ ଯୌତୁକ ବାବଦକୁ ଗୋଟିଏ ବାଇକ ସହ ସୁନାଗହଣା ଆଣିବାକୁ କହିଥିଲେ। ଏଥିରେ ନାବାଳିକା ରାଜି ନହେବାରୁ ତାଙ୍କୁ ମାଡ ମାରିବା ସହ ନିର୍ଯାତନା ଦିଆଯାଉଥିଲା। ଏହା ପରେ ଜନୈକ ନାବାଳିକାଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇ ଆସିଥିଲେ। ନିର୍ଯାତନା ଅତିସହ୍ୟ ହେବାରୁ ନାବାଳିକାର  ଦିବ୍ୟାଙ୍ଗ ବାପା ରବି ନାରାୟଣ ପାତ୍ର ଝିଅକୁ ଧରି ମହିଳା ମାନବାଅଧିକାରୀ ସଦସ୍ୟ ପୁଷ୍ପାରାଣୀ ରଣାଙ୍କୁ ସାକ୍ଷାତ କରିଥିଲେ । ଗତ୨୧ତାରିଖରେ ମହିଳା ମାନବାଧିକାରୀ ସଦସ୍ୟାଙ୍କ ଜରିଆରେ ଭୁବନ ଥାନାର ଦ୍ବାରସ୍ଥ ହୋଇଥିଲେ। ସେହିଦିନ ମଧ୍ୟରାତ୍ରିରେ ଭୁବନ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ଅଭିଯୁକ୍ତ ସୂର୍ଯ୍ୟମଣିଙ୍କୁ ତାଙ୍କ ବାସଭବନ ମଠଖୋକଷାରୁ ଗିରଫ କରିଥିଲେ। ଭୁବନ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ସୂର୍ଯ୍ୟମଣିକୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।

   Related Posts