କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ, ଗେ।ଟିଏ ସାହିରୁ ଆଉ ଗେ।ଟିଏ ସାହିକୁ ବ୍ୟାପୁଛି

Published By : Prameya-News7 Bureau | June 29, 2019 IST

କଟକ ୨୯|୬: କଟକକୁ ଘାରିଲାଣି ଜଣ୍ଡିସ ଭୟ । ଗେ।ଟିଏ ସାହିରୁ ଆଉ ଗେ।ଟିଏ ସାହିକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍ । ଗଙ୍ଗାମନ୍ଦିର,ପଟ୍ଟାପୋଲ ଓ ଜଗତପୁର ପରେ ଏବେ ସୂତାହାଟ ଅଞ୍ଚଳରେ ଜଣ୍ଡିସ୍ କାୟା ବିସ୍ତାର କରିଛି । ତେବେ ଦୂଷିତ ପିଇବା ପାଣିକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସୀ ।

{"id":128542}

କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ୍ । ସାହିରୁ ସାହିକୁ ବ୍ୟାପୁଛି । ପ୍ରଥମେ ଗଙ୍ଗା ମନ୍ଦିର, ପଟ୍ଟା ପୋଲ ଓ ଜଗତପୁର ଅଞ୍ଚଳ ପରେ ଏବେ  ସୂତାହାଟବାସୀଙ୍କର ଚିନ୍ତାବ ଢାଇଛି ଜଣ୍ଡିସ ।  ଅଞ୍ଚଳରେ ଏବେ ୪୦ଜଣ ଜଣ୍ଡିସ୍ ରେ ଆକ୍ରାନ୍ତ । ଦୂଷିତ ପାଣି  ଜଣ୍ଡିସର ମୁଖ୍ୟ କାରଣ ବେ।ଲି  କହିଛନ୍ତି ସ୍ଥାନୀୟ ଲୋକେ । ଏପରିକି ମହାନଗର ନିଗମର ସପ୍ଲାଏ ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ସହରବାସୀ ।

{"id":128543}

ସେପଟେ ଜଣ୍ଡିସ୍ ନିୟନ୍ତ୍ରଣ ପାଇଁ କଟକ ସହରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ସି ଏମ୍ ସି କମିଶନର । ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି ଦେଇଥିବା କମିଶନର କହିଛନ୍ତି ।

{"id":128544}

କଟକରେ ଜଣ୍ଡିସ ବ୍ୟାପିବା କିଛି ନୂଆ କଥା ନୁହେଁ । କିନ୍ତୁ ପ୍ରଭାବିତ ଅଞ୍ଚଳ ଗୁଡିକରେ ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ନଦେବା ନିହାତି ଆଶ୍ଚର୍ଯ୍ୟଜନକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.