Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପିଇବା ପାଣି ଡାକି ଆଣିଛି ରୋଗ

28/08/2019 at 6:44 PM

ବାଲେଶ୍ୱର ୨୮।୮ – ପିଇବା ପାଣି ଡାକି ଆଣିଛି ରୋଗ । ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଛି ଗୋଳିଆ ପାଣି । ଆଉ ଏଇ ପାଣି ପିଇ କିଏ କାମଳ ରୋଗରେ ଆକ୍ରାନ୍ତ ହେଲାଣି ତ  କିଏ ଝାଡ଼ାବାନ୍ତିରେ ପଡ଼ିଲାଣି । ଅବସ୍ଥା ଏମିତି ଯେ ଡାକ୍ତରଖାନା ବାରଣ୍ଡାରେ ପାଦ ପକାଇବାକୁ ଜାଗା ନାହିଁ ।

ବାଲେଶ୍ବର ୨ ନମ୍ବର ୱାର୍ଡର ଖ୍ବାଜାବାଗ ଅଞ୍ଚଳବାସୀ ଏମିତି ଗୋଳିଆ ପାଣି ପିଉଛନ୍ତି । ଏ ପାଣି କିଛି ସମୟ ରଖିଦେଲେ ତଳେ ବାଲି, ପଙ୍କ ବସିଯାଉଛି । ଇଏ ନଈ, ନାଳ କି ପୋଖରୀର ପାଣି ନୁହେଁ । ଜନସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ଏମିତି ଦୂଷିତ ପାଣି ଯୋଗାଉଛି । ଜନସ୍ବାସ୍ଥ୍ୟ ବିଭାଗ ପାଇପ୍ ଫାଟି  ପାଣି ଝରୁଛି । ପାଇପ୍‌ ପାଣିରେ ନାଳ ପାଣି ମିଶିକି ଆସୁଛି । ଆଉ ଏଇ ପାଣି ପିଇ ଲୋକେ ଜଣ୍ଡିସ ଭଳି ମାରାତ୍ମକ ରୋଗରେ ପଡ଼ୁଛନ୍ତି ।

ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଧାଉଁଛନ୍ତି । ୧୦ ଦିନରେ ଝାଡ଼ାବାନ୍ତିରେ ୪-୫ ଜଣ ପ୍ରାଣ ହରାଇଲେଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ନଥିବାରୁ ରୋଗୀ ତଳେ ଶୋଇଛନ୍ତି   । ସମସ୍ୟା ନେଇ ଜିଲ୍ଲା ପ୍ରଶାସନ,  ଜନସ୍ବାସ୍ଥ୍ୟ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କଲେ ବି ଫଳ ଶୂନ ।  ଜନ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବେଶ ହାଲ୍‌କା ଉତ୍ତର ରଖିଛନ୍ତି ।  ବୋରୱେଲ୍ ସଫା କରାଯିବ, ଯେଉଁଠାରେ ପାଣି ପାଇପ ଫାଟିଛି ତାହାକୁ ସଜଡ଼ାଯିବ ବୋଲି ଚିରାଚରିତ ଉତ୍ତର ରଖିଛନ୍ତି ।

ଯେଉଁ ୱାର୍ଡମାନଙ୍କରେ ଝାଡ଼।ବାନ୍ତି ଏବଂ  କାମଳ ରୋଗ ବ୍ୟାପିଛି ସେଠାରେ ସ୍ବାସ୍ଥ୍ୟ ଶିବିର  କରି ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ସହ ଚିକିତ୍ସା କରିବା ଜରୁରୀ ହୋଇ ପଡ଼ିଛି।

   Related Posts