Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସମ୍ବଲପୁରରେ ପୁଣି ବ୍ୟାପିଲା ଜଣ୍ଡିସ, କୁମ୍ଭକର୍ଣ୍ଣ ନିଦ୍ରାରେ ଜନସ୍ବାସ୍ଥ୍ୟ ବିଭାଗ

7/03/2019 at 4:10 PM

ସମ୍ବଲପୁର୭|୩(ନୀଳାଚଳ ମହାପାତ୍ର):ସମ୍ବଲପୁରକୁ ପୁଣି ବ୍ୟାପିଲାଣି ଜଣ୍ଡିସ୍ ।  ନାଳ ଭିତର ଦେଇଯାଇଛି ପାଣି ପାଇପ୍‌ । ଠା ଠା ପାଇପ୍ ଫାଟି ଥିବାରୁ ସେଥିରେ ନାଳପାଣି ମିଶି  ଘରେ ଘରେ ପହଞ୍ଚୁଛି ।  ଟ୍ୟୁବ୍‌ ୱେଲ୍‌ରୁ ମଧ୍ୟ ପଙ୍କମିଶା ପାଣି ବାହାରୁଛି । ହେଲେ ଜନସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ନିରବଦ୍ରଷ୍ଟା । ଆଉ ଜିଲ୍ଲା ପ୍ରଶାସନ ନିର୍ବାଚନ ପ୍ରସ୍ତୁତିରେ ମାତିଛି । ଜନପ୍ରତିନିଧି  ଟିକେଟ୍‌ ଚିନ୍ତାରେ । କାମଳ କେମିତି ପୂର୍ବରୁ କଲବଲ କରିଥିଲା ସମସ୍ତେ ସେକଥା ଭୁଲିଯାଇଛନ୍ତି ।

ସମ୍ବଲପୁରରକୁ ପୁଣି ଫେରିଛି ଜଣ୍ଡିସ୍‌ । ହେଲେ ଜନସ୍ବାସ୍ଥ୍ୟ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ସେପଟେ ଜିଲ୍ଲାପାଳଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ପ୍ରସ୍ତୁତିରେ ମାତିଛନ୍ତି । ଜନପ୍ରତିନିଧି ମଧ୍ୟ ଲୋକଙ୍କ  ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଦେବେ ବା କେମିତି ? ସମସ୍ତଙ୍କୁ ତ ଟିକେଟ୍, ଭୋଟ୍ ନିଶା ଘାରିଛି । ତେଣେ କାମଳ ଗୋଟିଏ ସାହିରୁ ଅନ୍ୟ ସାହିକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ରୁ ଅଧିକ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ନର୍ଦ୍ଦମା ଭିତର ଦେଇ ଆସିଥିବା ପାଣି ପାଇପ୍‌ ଫାଟିଛି । ଆଉ ନର୍ଦ୍ଦମା ପାଣି ମିଶୁଛି ପାଇପ ପାଣିରେ । ସେଇ ପାଣି ପିଇ ଲୋକେ ଏବେ ରୋଗରେ ପଡୁଛନ୍ତି ।  ହେଲେ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ କି କର୍ମଚାରୀ କାହାର ଦେଖା ନାହିଁ । ଗତ ୧୫ଦିନ ହେଲା, ସମ୍ବଲପୁରର ବ୍ୟାଙ୍କ କଲୋନୀ,କୁରେଟୋଲା,ସମଲେଇପଜର,ଏନ୍‌ଗୁହା ଲେନ୍‌,ସାକ୍ଷୀପଡା ଅଞ୍ଚଳରେ ଏଭଳି ଦୂଷିତ ପାଣି ଆସୁଥିଲେ ମଧ୍ୟ,କାହାରି ନିଘା ନାହିଁ ।  

ଜନସ୍ବାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଚୋରାରେ ପାଇପ୍‌ କନେକ୍ସନ୍‌ ଦେଉଥିବାରୁ ନାଳନର୍ଦ୍ଦମା ଭିତର ଦେଇ ଏହା ଯାଉଛି। ଆଉ ପାଇପ୍‌ କୌଣସି କାରଣରୁ ଫାଟି ଗଲେ ସେଥିରେ ନାଳପାଣି ମିଶି ପହଞ୍ଚୁଛି  ଘରେ । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ,ଜନସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ଧ୍ୟାନ ଦେଉନାହାଁନ୍ତି । ନିର୍ବାହୀ ଯନ୍ତ୍ରୀ ତ ଲମ୍ବା ଛୁଟିରେ ।

କାମଳ କେମିତି କଲବଲ କରିଥିଲା ସମସ୍ତେ ଭୁଲିଯାଇଛନ୍ତି ନିର୍ବାଚନୀ ମାହୋଲ ଭିତରେ । ତେବେ ବେଳ ଥାଉ ଥାଉ ପଦକ୍ଷେପ ନନେଲେ ପରିସ୍ଥିତି ଅଣାୟତ୍ତ ଯେ ନହେବ ସେ କଥା କିଏ କହିବ….

   Related Posts