ନୟାଗଡ ବାଲୁଗାଁରେ ଜଣ୍ଡିସ୍ ଆତଙ୍କ ; ୯୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ

Published By : Prameya-News7 Bureau | February 12, 2019 IST

ନୟାଗଡ ୧୨|୨:  ନୟାଗଡ ସଦର ବ୍ଲକ୍ ବାଲୁଗାଁରେ ଜଣ୍ଡିସ ଆତଙ୍କ । ଗାଁର ୯୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୧୦ ଦିନ ହେଲା ଗାଁରେ ଜଣ୍ଡିସ ଆତଙ୍କ ଦେଖାଦେଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି । ପିଲାଠାରୁ ବୟସ୍କ ଏପରିକି ମହିଳା କେହି ଏଥିରୁ ବାଦ୍ ପଡିନାହାନ୍ତି । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗଁ।କୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି । ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଏ ନେଇ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ କହିଛନ୍ତି । 

ସେପଟେ ଗଁ।ରେ ଡାକ୍ତରଖାନା ଥିଲେ ମଧ୍ୟ ଏଠାରେ ଡାକ୍ତର ନାହଁ।ନ୍ତି । ଜଣେ ମାତ୍ର ଆୟୁଷ ଡାକ୍ତର ଏବଂ ଫାର୍ମ।ସିଷ୍ଟ ଥିବାରୁ ଲୋକମାନେ ଠିକ୍ ଭାବରେ ଚିକିତ୍ସା ପାଇପାରୁନଥିବା କହିଛନ୍ତି । ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣ୍ଡିସର କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ଏ ଦିଗରେ ପଦକ୍ଷେପ ନେବାକୁ ବିଡିଓ ସ୍ବାସ୍ଥ୍ୟ ବିଭାଗ ଏବଂ ଜଳ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.