କଟକରେ କାୟା ବିସ୍ତାର କଲାଣି ଜଣ୍ତିସ : ଗଙ୍ଗାମନ୍ଦିର, ଓଡିଆ ବଜାର ଏବଂ ସୂତାହାଟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 01, 2019 IST

କଟକ ୧/୭: ପ୍ରଶାସନର ବିଫଳତା କାରଣରୁ କଟକରେ ଜଣ୍ତିସ କାୟା ବିସ୍ତାର କରିଛି । ଏହାକୁ କେହି ଅସ୍ବୀକାର କରିବେନାହିଁ , କିନ୍ତୁ ଏଥିଲାଗି ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ସେତିକି ପରିମାଣରେ ଦାୟୀ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । କଟକର ଜଣ୍ତିସ ପ୍ରଭାବିତ ଗଙ୍ଗାମନ୍ଦିର, ଓଡିଆ ବଜାର ଭଳି ଅଞ୍ଚଳ ମାନଙ୍କରେ ଆଜି ଜିଲ୍ଲାପାଳଙ୍କ ଗୋପଦ ଅଭିଯାନ ଚାଲିଥିଲା , ଯେଉଁଠି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାପରେ ଜିଲ୍ଲାପାଳ କହିଛନ୍ତି ଜଣ୍ତିସ ରୋକିବାଲାଗି ସମସ୍ତ ପ୍ରକାର ଚେଷ୍ଟା ଚାଲିଛି। ଏବଂ ଖୁବଶୀଘ୍ର ଏହା ଉପରେ ନିୟନ୍ତ୍ରଣ ଆସିଯିବ। ସେପଟେ କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ନିଜ କାନ୍ଧରୁ ଦାୟିତ୍ବ ଖସାଇ ଦେବାସହ ଏହା କହିଛନ୍ତିଯେ,  ଜଣ୍ତିସ ବ୍ୟାପିବାଲାଗି ଜାଇକା କର୍ତ୍ତୃପକ୍ଷଙ୍କୁ ସମ୍ପୁର୍ଣ୍ଣମାତ୍ରାରେ ଦାୟୀ କରିବାଟା ଠିକ୍‌ ହେବ।

{"id":129491}

କଟକରେ ପୁଣି କାମଳ ରୋଗ କାୟା ବିସ୍ତାର କରିଛି। ସହରର ପ୍ରାୟ ୫ ଟି ଓ୍ବାର୍ଡରେ ଜଣ୍ଚିସର ପ୍ରଭାବ ଖୁବବେଶି, ଏହା ପଛର କାରଣ କଣ , ତାର ଖିଅ ପାଇବାଟା ମୁସ୍କିଲ. ହେଲେ ପ୍ରଶାସନର ବିଫଳତା କାରଣରୁଯେ, କଟକରେ ଜଣ୍ତିସ କାୟା ବିସ୍ତାର କରିଛି , ଏହାକୁ କେହି ଅସ୍ବୀକାର କରିବେନାହିଁ , କିନ୍ତୁ ଆଜି ପ୍ରଭାବିତ ଅଞ୍ଚଳକୁ ଗୋପଦ ଅଭିଯାନରେ ଆସି କଟକ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କଲାପରେ ଯାହା କହିଛନ୍ତି , ତାହା ଉଦ୍ବେଗଜନକ , କାରଣ ଜିଲ୍ଲାପାଳଙ୍କ ମତରେ ଜଣ୍ତିସ ବ୍ୟାପିବା ପଛରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରମୁଖ ଭୁମିକା ରହିଛି। ତେଣେ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ନିଜ କାନ୍ଧରୁ ଦାୟିତ୍ବ ଖସାଇ ଦେବାସହ ଏହା କହିଛନ୍ତିଯେ,   ଜାଇକା କର୍ତ୍ତୃପକ୍ଷଙ୍କ ମନ୍‌ମାନି କାରଣରୁ ଜଣ୍ତିସ ବ୍ୟାପିବାରେ ଲାଗିଛି।

{"id":129493}

କଟକର  ପ୍ରାୟ ପାଞ୍ଚଟି ଓ୍ୱାର୍ଡରେ ଏବେ ଜଣ୍ଡିସ୍ ର ପ୍ରଭାବ ଦେଖିବାକୁ ମିଳିଛି।ଗଙ୍ଗା ମନ୍ଦିର, ଓଡିଆ ବଜାର , ସୁତାହାଟ ଭଳି ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।  ଆବର୍ଜନାମୟ ପରିବେଶ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଜଣ୍ଡିସ୍ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି। ତା ସହିତ ପାଇପ ପାଣି ସଂକ୍ରମିତ  ହେବା କାରଣରୁ ଜଣ୍ଡିସ୍ ବ୍ୟାପୁଥିବା ଜଣା ପଡିଛି। ତେବେ ଆଜି ସମ୍ପୁକ୍ତ ଅଞ୍ଚଳ ମାନଙ୍କରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଯାଦ୍ବାରା ପ୍ରଶାସନ ଉପରୁ ଆସ୍ଥା ତୁଟାଇ ଦେଇଥିବା ସ୍ଥାନୀୟ ବାସିନ୍ଦା ମାନେ ଆଜି କିଛି ମାତ୍ରାରେ ଆସ୍ବସ୍ଥି ଲାଭ କରିଛନ୍ତି।

{"id":129494}

ଆଜି ଜଣ୍ତିସ ପ୍ରଭାବିତ ଅଞ୍ଚଳକୁ ସି ଏମ୍ ସି କମିଶନର ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଗସ୍ତ କରିଥିଲେ, କିନ୍ତୁ ପ୍ରଭାବିତ ଅଞ୍ଚଳରେ ସ୍ବଛ ପିଇବା ପାଣି କିପରି ପହଞ୍ଚିବ , ସେ ନେଇ କୌଣସି ବିଭାଗ ତରଫରୁ ଏଯାଏ କିଛିବି ପଦକ୍ଷେପ ନିଆଯାଇନାହିଁ।

{"id":129495}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.