Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବୁର୍ଲାରେ ଜଣ୍ଡିସ୍ ଏବେ ଭୟଙ୍କର ରୁପ ଧାରଣ କରିଛି; ୧୫ଦିନ ମଧ୍ୟରେ ୪୨ଜଣ ରୋଗୀ ଚିହ୍ନଟ

10/04/2019 at 7:45 PM

ସମ୍ବଲପୁର୧୦|୪: ବୁର୍ଲାରେ ଜଣ୍ଡିସ୍‌ ଏବେ ଭୟଙ୍କର ରୁପ ଧାରଣ କରିଛି। ପ୍ରତିଦିନ ନୂଆନୂଆ ରୋଗୀ ଏଥିରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହେଉଛନ୍ତି। ହେଲେ ନିର୍ବାଚନ ଥିବାରୁ, ଜିଲ୍ଲାପ୍ରଶାସନ,ମହାନଗର ନିଗମ ଓ ଜନସ୍ବାସ୍ଥ୍ୟ ବିଭାଗ ପରିସ୍ଥିତିର ମୁକାବିଲା କରିବା ବଦଳରେ,ଏହା ଲୁଚାଇବାକୁ ଚେଷ୍ଟା କରୁଛି। ଫଳରେ ଧିରେଧିରେ ବୁର୍ଲା ପରେ ଏବେ ସମ୍ବଲପୁର ଓ ହୀରାକୁଦକୁ ଏହି ରୋଗ ବ୍ୟାପିବା ଆରମ୍ଭ କଲାଣି। ସରକାରୀ ଭାବରେ ଗତ ୧୫ଦିନ ମଧ୍ୟରେ ୪୨ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ, ବେସରକାରୀ ଭାବରେ ଏହି ସଂଖ୍ୟା ଶହେ ଟପିଲା ।

ସମ୍ବଲୁପୁରରେ ପୁଣି ଜଣ୍ଡିସ ଆତଙ୍କ । ଏବେ ପ୍ରତିଦିନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ମେଡିକାଲ୍‌ରେ ୨ଶହରୁ ଅଧିକ ଲୋକ ଜଣ୍ଡିସ୍‌  ଆଶଙ୍କାରେ  ରକ୍ତ ପରୀକ୍ଷା କରିନେଉଛନ୍ତି। ସରକାରୀ ଭାବରେ ବର୍ତ୍ତମାନ ସୁଦ୍ଧା ବୁର୍ଲା ସହରର ୫ଟି ସାହି ଓ ସମ୍ବଲପୁରର ୩ଟି ସାହିରେ ମୋଟ ୪୨ଜଣ ଜଣ୍ଡିସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ହେଲେ ବେସରକାରୀ ଭାବରେ ଏହି ସଂଖ୍ୟା ଶହେ ଟପିଲାଣି। ହେଲେ ଜିଲ୍ଲାପ୍ରଶାସନର ଖାମଖିଆଲି ମନୋଭାବ,ମହାନଗର ନିଗମର ଉଦାସୀନତା ଓ ଜନସ୍ବାସ୍ଥ୍ୟ ବିଭାଗର ଅବହେଲା ପାଇଁ ପ୍ରତିବର୍ଷ ସମ୍ବଲପୁରରେ ଜଣ୍ଡିସ୍‌ ରୋଗରେ ଶହଶହ ଲୋକ ଆକ୍ରାନ୍ତ ହେବା ସହ, ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି ।

ପୁରୁଣା ପାଇପ୍‌ କୁ ବଦଳାଇ, ନୂଆ ପାଇପ୍‌ ବିଛାଇବା ପାଇଁ ଗତ ୪ବର୍ଷ ମଧ୍ୟରେ ୪ଶହ କୋଟିରୁ ଅଧିକ ଟଙ୍କା ଅମୃତ ଯୋଜନାରେ ଆସିଛି । ହେଲେ କେବଳ କାଗଜପତ୍ରରେ ପାଇପ୍‌ ବଦଳାଗଲା । ହୀରାକୁଦ ଜଳ ଭଣ୍ଡାରରୁ, ବରେଇପାଲ୍ଲୀ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୋଧନ କରାଯାଇ, ବୁର୍ଲା,ହୀରାକୁଦ ଓ ସମ୍ବଲପୁର ସହରବାସୀଙ୍କୁ ଯୋଗାଇବା ପ୍ରକଳ୍ପ ୨୦୧୪ରେ ଆରମ୍ଭ ହୋଇଥିଲା ।

ହେଲେ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇପାରିନାହିଁ। ରାତାରାତି ହାତଗୁଞ୍ଜା ନେଇ ନାଳ ଭିତର ଦେଇ ବଡପାଇପ୍‌ କାଟି, ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ପାଇପ୍‌ କନେକ୍ସନ୍‌ ଦେଉଥିବା ଅଭିଯୋଗ ହୋଇଛି । ସେହି ପାଇପ୍‌ କିଛି ଦିନପରେ, ଲିକେଜ୍‌ ହୋଇ, ନାଳପାଣି,ପୋକଜୋକ ସହ ପ୍ରତି ଘରକୁ ଯାଉଛି। ଥରେ ଗୋଟିଏ ପାଇପ୍‌ରେ ଲିକେଜ୍‌ ହେଲେ ତାହା ସାରା ସହରକୁ ବ୍ୟାପି ଯାଉଛି। ଫଳରେ ଜଣ୍ଡିସ୍‌ ରୋଗ ସହ ଅନ୍ୟାନ ରୋଗ ବ୍ୟାପୁଛି। ହେଲେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ତାହା ମାନିବାକୁ ନାରାଜ।

ପ୍ରକୃତରେ ସମ୍ବଲପୁରରେ ଜଣ୍ଡିସ୍‌ ଦୂଷିତ ଜଳ ଯୋଗୁ ହେଉଛି, ନା ଏହା ଜନସ୍ବାସ୍ଥ୍ୟ ବିଭାଗ ଓ ମହାନଗର ନିଗମର ଏକ ସୁଚିନ୍ତିତ ଯୋଜନା ତାର ତଦନ୍ତ ହେବା ଆବଶ୍ୟକ। କାରଣ ସରକାରୀ ଅନୁଦାନ ଆସିବା ପରେ, ଜଣ୍ଡିସ୍‌ ନିୟନ୍ତ୍ରଣ ହେଉଛି ।

   Related Posts