ଚାନ୍ଦବାଲି ଗଉଡୁଣୀପୋଖରୀ ଗାଁରେ ୩୫ ପିଲା ଜଣ୍ଡିସରେ ଆକ୍ରାନ୍ତ

Published By : Prameya-News7 Bureau | August 26, 2018 IST

ଭଦ୍ରକ ୨୬/୮ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗଉଡୁଣୀ ପୋଖରୀ ଗାଁରେ ଜଣ୍ଡିସ୍ ଆତଙ୍କ । ୩୦ ପରିବାରର ୩୫ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଏବଂ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏପରିକି ଗାଁରେ ଥିବା ନଳକୂପରୁ ଛୋଟ ଛୋଟ ପୋକ ବାହୁରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଠାକୁରସାହିରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ବେହେରା ସାହି, ମହାନ୍ତି ସାହି, ସୁତାରସାହି ଓ ରାଉତ ସାହିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ ବିଭାଗରେ ଟିମ୍ ପହଞ୍ଚି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.