ଅଭିନେତ୍ରୀ ଲତା ମଣ୍ଡଳଙ୍କ ସମ୍ପର୍କରେ ମୁହଁ ଖୋଲିଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା: ପୁଅର ଡିଏନଏ ଟେଷ୍ଟ କଥା ଉଠାଇଲେ ଲତା, ଶୁଣନ୍ତୁ କ’ଣ କହିଲେ ଦୈତାରୀ
14/11/2018 at 7:28 PM

ଭଦ୍ରକ ୧୪|୧୧: ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ମୁହଁ ଖୋଲିଲେ । ସେ ଲତା ମଣ୍ଡଳଙ୍କୁ ଚିହ୍ନିଛନ୍ତି , ତବେ ସେ ତାଙ୍କ ସ୍ତ୍ରୀ ନୁହଁନ୍ତି ବୋଲି କହିଲେ । ତବେ ତାରିଣୀ ଗଣନାଟ୍ୟରେ ଦୁହେଁ ଏକାଠି ଅଭିନୟ କରୁଥିବା କଥାକୁ ଦୈତାରୀ ପଣ୍ଡା ସ୍ବୀକାର କରିଛନ୍ତି । ଲତା କାହିଁକି ତାଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି ପ୍ରଶ୍ନର ଉତ୍ତରେ ସେ କହିଥିଲେ ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ।
ତବେ ଏଠାରେ ପ୍ରଶ୍ନ ଉଠୁଛି, ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଲା କିଏ ? ଷଡଯନ୍ତ୍ର ଏବେକାର, ନା ୨୩ ବର୍ଷ ତଳର ? ୨୩ବର୍ଷ ପୂର୍ବରୁ ଦୈତାରୀ ପଣ୍ଡା ଜଣେ ହାଇପେଡ୍ ଆର୍ଟିଷ୍ଟ ନଥିଲେ । ତାଙ୍କର ଲୋକପ୍ରିୟତା ଏତେ ନଥିଲା । ଲତା ମଣ୍ଡଳଙ୍କ ସହ ତାଙ୍କ ଫଟୋକୁ ବି ସେ ଫାଙ୍କି ଦେଉଛନ୍ତି । ଶହ ଶହ ନାୟିକାଙ୍କ ସହ ତାଙ୍କର ଫଟୋ ଅଛି, ତାହଲେ ସମସ୍ତେ କଣ ତାଙ୍କ ପତ୍ନୀ ବୋଲି ଦୈତାରୀ ପଣ୍ଡା ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ୨୫ ବର୍ଷ ତଳର କୌଣସି ଏକ ହିରୋଇନଙ୍କ ସହ ଷ୍ଟୁଡିଓରେ ଉଠାଇଥିବା ଗୋଟିଏ ବି ଫଟୋ ସେ(ଦୈତାରୀ) ଦେଖାଇ ଦିଅନ୍ତୁ ବୋଲି ଲତା ମଣ୍ଡଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ପୁଅ ସହ ଦୈତାରୀ ପଣ୍ଡା ସତେବେଳ ମଧ୍ୟ ଏକ ଷ୍ଟୁଡିଓରେ ଫଟୋ ଉଠାଇଛନ୍ତି । ତବେ ଫଟୋକୁ ନଦେଖି , ଏମିତି ଶହ ଶହ ପିଲାଙ୍କ ସହ ଫଟୋ ଉଠାଇଛନ୍ତି ବୋଲି କେମିତି କହୁଛନ୍ତି ବୋଲି ଲତା ପ୍ରଶ୍ନ କରିଛନ୍ତି । ଏମିତି କେଉ ପିଲା ସହ ସତେବଳେ ଷ୍ଟୁଡିଓରେ ଫଟୋ ଉଠାଇଛନ୍ତି, ଗୋଟିଏ ଫଟୋ ଦେଖାଇ ପାରିବେ କି ବୋଲି ଲତା ମଣ୍ଡଳ ଦୈତାରୀ ପଣ୍ଡାଙ୍କୁ ଆହ୍ବାନ ଦେଇଛନ୍ତି ।
ଏକଦା ଲତା ମଣ୍ଡଳ କିଏ ଚିହ୍ନି ନଥିବା କହୁଥିବା ଦୈତାରୀ ପଣ୍ଡା, ଏବେ ତାଙ୍କ ଗାଁ ଠିକଣା ଜାଣିଗଲେ କେମିତି । ଆଉ ଲତାଙ୍କ ଗାଁ ଲୋକ କଳାକାରଙ୍କୁ ଚିହ୍ନାଇ ଦେଇ ,ତାଙ୍କ ଠାରୁ ଲତା ମଣ୍ଡଳଙ୍କ ବିଷୟରେ ବୁଝିନେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକିଥିଲେ । ତବେ ଲତା ମଣ୍ଡଳ ଜଣେ ଅଭିନେତ୍ରୀ ଓ ତାଙ୍କ ସହ ସେ ଅଭିନୟ କରୁଥିଲେ, ଏକଥା କହିବାରେ ଦୈତାରୀ ପଣ୍ଡାଙ୍କ ଅସୁବିଧା କେଉଠି ଥିଲା । ରୋକ୍ ଠୋକ କହିଦଲେ- ଲତା ମଣ୍ଡଳ କିଏ ମୁଁ ଚିହ୍ନି ନାହିଁ । ସେହି ସମୟର କିଛି ଅଭିନେତାଙ୍କ ପ୍ରତିକ୍ରିୟା ଆମେ ନେଲୁ, ଆଉ ଲତା ମଣ୍ଡଳ ଦୈତାରୀ ପଣ୍ଡାଙ୍କ ସଂପର୍କ ବିଷୟରେ ପଚାରିବାରୁ- କିଏ ଟିକିଏ ମୁରୁକି ହସିଦେଲା, ତ ଆଉ କିଏ କହିଲା ମୁଁ କିଛି କହିବି ନାହିଁ । ତବେ ଜଣେ ବରିଷ୍ଠ ଅଭିନେତା ଆମକୁ କହିଲେ ତାରିଣୀ ଗଣନାଟ୍ୟରେ ଯତବଳେ ଲତା ମଣ୍ଡଳ ଓ ଦୈତାରୀ ପଣ୍ଡା ଏକାଠି ଅଭିନୟ କରୁଥିଲେ, ଆଉ ଯେଉଁ ସ୍ଥାନମାନଙ୍କରେ ନାଟକ ମଂଚସ୍ଥ ହେଉଥିଲା , ସେହି କମିଟି ଲୋକଙ୍କୁ ପଚାରି ଦିଅନ୍ତୁ, ସେମାନେ କହିଦବେ, ଲତା ଓ ଦୈତାରୀଙ୍କୁ ଦୁଇଟି ରୁମ ଦେଉଥିଲେ, ନା ଗୋଟିଏ ରୁମ ଦେଉଥିଲେ ।
ତବେ ଏଠାରେ ପ୍ରଶ୍ନ ଉଠୁଛି – ଦୈତାରୀ ପଣ୍ଡା ଯାତ୍ରା କଳାକାର ସଂଘରେ ଏକ ବଡ ପଦବୀରେ ଥିବାରୁ ତାଙ୍କ ବିରୁଦ୍ଧରେ କେହି ମୁହଁ ଖୋଲିବାକୁ ସାହସ କରୁନାହାଁନ୍ତି କି ? ଆଉ ଲତା ମଣ୍ଡଳ ୨୩ ବର୍ଷ ତଳର ତାଙ୍କ ଏଲଆଇସି ବଣ୍ଡ, ଜମି ପଟା, ପୁଅର ସାର୍ଟିପିକେଟକୁ ନେଇ କୋର୍ଟକୁ ତ ବର୍ଷ ବର୍ଷ ଦୌଡିବ । ଲତାଙ୍କ ସାକ୍ଷୀ -ସୋମନାଥ , ତାଙ୍କ ପୁଅ । ଯେଉ ଦିନ ପୁଅର ଡିଏନ୍ଏ ପରୀକ୍ଷା ହେବ, ସେହି ଦିନ ଲତା ଓ ତାଙ୍କ ପୁଅକୁ ପରିଚୟ ମିଳିବ । ଏମିତି ଆଶାନେଇ ଦିନ ଗଣୁଛନ୍ତି ଅଭିନେତ୍ରୀ ଲତା ମଣ୍ଡଳ ।