ଦ୍ୱିତୀୟ ବାର୍ଷିକ ଯାତ୍ରା କଳାକାର ସମ୍ମିଳନୀ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ

Published By : Prameya-News7 Bureau | October 18, 2021 IST

ଭଦ୍ରକ, ୧୮/୧୦:  ଦ୍ୱିତୀୟ ବାର୍ଷିକ ଯାତ୍ରା କଳାକାର ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୧ ଭଦ୍ରକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ଭଦ୍ରକ, ବିଧାୟକ ଓ ଭଣ୍ଡାରିପୋଖରୀ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଆଜିର ବ୍ୟସ୍ତ ବହୁଳ ଜୀବନରେ କଳାକାର ମାନେ  ଆମମାନଙ୍କର ମନୋରଞ୍ଜନର ମାଧ୍ୟମ ସାଜିଥାନ୍ତି । ଅନେକ ସମୟରେ  ଏମାନେ ବହୁ ଘାତ ପ୍ରତିଘାତକୁ ମଧ୍ୟ ସାମ୍ନା କରିଥାନ୍ତି । କିନ୍ତୁ ସମାଜରେ ଏମାନଙ୍କର ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ଅତିଥି କହିଥିଲେ । କରୋନା ସମୟରେ କଳାକାରମାନଙ୍କ ବିଭିନ୍ନ ସମସ୍ୟା ନେଇ ମଧ୍ୟ କଳାକାର ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା।

ଏହି ପ୍ରରିପେକ୍ଷୀରେ ଅନେକ ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ କଳାକାର ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.