ମୁଁ ଶିଉଳି, ମୁଁ ପଥରର ଶିଉଳି, ଖାଲି ସେତିକି ନୁହେଁ ମୁ ବେଶ୍ୟା, ମୁଁ କାହାର ଭଉଣୀ ନୁହେଁ… ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର ୭|୭: ମୁଁ ଶିଉଳି, ମୁଁ ପଥରର ଶିଉଳି, ଖାଲି ସେତିକି ନୁହେଁ ମୁ ବେଶ୍ୟା, ମୁଁ କାହାର ଭଉଣୀ ନୁହେଁ । ଏମିତି ଡାଇଲଗରେ ଦୁଲୁକୁଛି ପେଣ୍ଡାଲ । ଏହା  ହେଉଛି ବିଶ୍ବ ରଂଗମହଲର ଆଗାମୀ ସିଜନର ନୂଆ ବହି  ‘ଗଙ୍ଗାଠୁ ପବିତ୍ର ଗଙ୍ଗ ଶିଉଳୀ’କୁ ନେଇ ଅଭ୍ୟାସ ଚାଲିଥିବା  ଆଖଡାଶାଳର ଦୃଶ୍ୟ । ରାତିର ଶୋ ନୁହେଁ ଦିନର ଅଭ୍ୟାସ କିନ୍ତୁ କିଛି କମ୍ ନୁହେଁ ରାତିର ସୋଠାରୁ ।

{"id":131416}

ଆଗାମୀ ସିଜନକୁ ନେଇ ଏବେ ଚଳଚଞ୍ଚଳ ଯାତ୍ରା ଆଖଡା ଶାଳ । କାରଣ ରଜ ପରଠାରୁ ଅଗଷ୍ଟ ପ୍ରଥମ ସପ୍ତାହ ହେଉଛି ମୁଖ୍ୟତଃ ଅଭ୍ୟାସ ସମୟ ।ତେବେ ଦିନ ଥିଲା ଛୋଟିଆ ଘର ଭିତରେ ହେଉଥିଲା ରିହଲସଲ । ଏବେ କିନ୍ତୁ ବଦଳିଛି ସବୁ । ଫାଇନାଲ ସୋରେ ଯେମିତି ପେଣ୍ଡାଲରେ ସୋ ପ୍ରଦର୍ଶିତ ହେଉଛି ଠିକ ସେମିତି ଲାଇଟ, ସାଉଣ୍ଡ ର ସେଟରେ ହେଉଛି ଅଭ୍ୟାସ ।ତେବେ  ଅଗଷ୍ଟ ମାସରୁ ଆରମ୍ଭ ହେବ ନୂଆ ସିଜନ ।ଆଉ ଏଥର  ରଙ୍ଗମହଲ ଆଣୁଛି  ଚାରୋଟି ନୂଆ ଓ ଦୁଇଟି ପୁରୁଣା ହିଟ୍ କାହାଣୀ ଷ୍ଟେଜ ଉପରକୁ ।

{"id":131417}

ହସ, ଲୁହ, ନାଚ, ଗୀତ, ଭରା ଏହି କାହାଣୀ ଯେମିତି ସମସ୍ତଙ୍କୁ ବାନ୍ଧି ରଖିବ ସେନେଇ ଯୋର ସୋର ଉଦ୍ୟମରେ ଡାଇରେକ୍ଟର । କାରଣ ଦିନକୁ ଦିନ ବଢୁଛି ପ୍ରତିଯୋଗିତା । ଯେମିତି ଯିବନ୍ତ ହେବ  ଆକ୍ଟିଂ । ହେଲେତ ରାତିସାରା ଲୋକଙ୍କୁ ବାନ୍ଧିରଖିହେବ । ତେବେ ଗୋଟିଏ କଳାକାର କୁ ନିଖୁଣ ଭାବେ ଗଢି ତାଭିତରୁ  କାହାଣୀକୁ ଫୁଟାଇବା ଗୋଟିଏ ଡାଇରେକ୍ଟରର ମୁଖ୍ୟ ଦାୟିତ୍ବ ତେଣୁ ଖୁବ୍ ପରିଶ୍ରମ କରିବାକୁ ପଡୁଛି ।ସେମିତି ଯାତ୍ରା ଆରମ୍ଭ ରୁ ହିଁ ଆକର୍ଷଣ ର କେନ୍ଦ୍ର ଥାଏ  ରେକଡ ଡ୍ୟାନ୍ସ ।ତେଣୁ ଏଥିରେ ବି ଚାଲିଛି ଏକ୍ସପେରିମେଣ୍ଟ । ନୂଆ ଗୀତ ସହ ଷ୍ଟଣ୍ଟ ଦେଖିବାକୁ ମିଳିବ  ଏଥିରେ  ବୋଲି କହିଛନ୍ତି ଡାଇରେକ୍ଟର ମହେଶ କୁମାର ହାଜରା ।

{"id":131418}

ଅଭ୍ୟାସର ଏହି ଆଖଡାଶାଳର ମାହୋଲ ରହିଛି ବେସ ମଜାଦାର । ଭରପୁର ମଜା ଉଠାଉଛନ୍ତି କଳାକାର ମାନେ । ଗୋଟେପଟେ ଜଣେ ଅନ୍ୟଜଣର ସିନ୍ ଦେଖି ପରସ୍ପରର ରୋଲକୁ ବୁଝିବା ସହ ଏକାଠି ସମୟ ବିତାଇବା ସହ ଥଟା ମଜାରେ ମାହୋଲକୁ କରୁଛନ୍ତି ରଙ୍ଗୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.