Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାତ୍ରା ପେଣ୍ଡାଲରେ ପଲିଟିକ୍ସ:‘ବିଜେପି ଅଭିନେତା ହିରୋଇନ ସାଙ୍ଗରେ ନାଚିଲେ ଚଳିବନି, ଆମେ କଂଗ୍ରେସ ଆକ୍ଟର ବି ନାଚିବୁ’

ପାରାଦୀପ ୧୪|୩ (ଜ୍ଞାନଞ୍ଜୟ ମହାନ୍ତି ) : ନିର୍ବାଚନ ବେଳ ଦେଖି ରାଜଧାନୀରେ ହାଇଡ୍ରାମା ଚାଲିଛି। କିନ୍ତୁ ଅସଲ ରାଜନୀତିର ଡ୍ରାମା କେମିତି ହୁଏ ତାହା ଆପଣ ଜଗତ୍‌ସିଂହପୁର କୁଜଙ୍ଗ ଘଟଣାକୁ ଦେଖିଲେ ଜାଣିପାରିବେ। ଗାଁ ଡ୍ରାମା ହେଉଥିଲା ଆଉ ମଞ୍ଚ ଉପରେ ବିଜେପି-କଂଗ୍ରେସ ଫିଲିଂସ ଆସିଥିଲା କଳାକାରଙ୍କ ଭିତରେ ଚାଲିଥିଲା ମାରଧର।

ବିଜେପି ଅଭିନେତା ହିରୋଇନ ସାଙ୍ଗରେ ନାଚିଲେ ଚଳିବନି, ଆମେ କଂଗ୍ରେସ ଆକ୍ଟର ବି ନାଚିବୁ। ହିରୋଇନ ସାଙ୍ଗରେ କିଏ ବେଶୀ ସମୟ ନାଚିବ, ଚାଲିଲା ମାରଧର, ଆଉ ମଞ୍ଚ ଉପରେ ରଡ଼ ଧରି ଆତଙ୍କରାଜ ଖେଳାଇଲେ ଖୋଦ୍‌ ଯାତ୍ରାର ଭିଲେନ୍‌ । କଥା ଗୋଷ୍ଠୀ ସଂଘର୍ଷ ଥାନା ଫାଣ୍ଡି ଯାଏଁ ଯାଇଛି।  

ଏ ଦୃଶ୍ୟ ହେଉଛି ଜଗତ୍‌ସିଂହପୁର ଜିଲ୍ଲାନାସୀ ସାରାଡିହା ଗାଁର। ମା ଶାରଳା ଡ୍ରାମାଟିକ୍‌ କ୍ଲବର ମଞ୍ଚସ୍ଥ ହେଉଥିଲା ନାଟକ ତୁଳସୀ କାନ୍ଦୁଛି ଆଖି ଲୁଚେଇ । କାହାଣୀ ଅନୁସାରେ ଭିଲେନ ଚରିତ୍ରର ମୃତ୍ୟୁ ହେଲା। ମଞ୍ଚରେ ଚାଲିଥିଲା ହିରୋଇନର ନାଚ । କିନ୍ତୁ ବିଜେପି ଅଭିନେତା କାହିଁକି ହିରୋଇନ ସାଙ୍ଗରେ ନାଚିଲେ ସେଇ ବାଦରେ ଚରିତ୍ରର ମୃତ୍ୟୁ ହୋଇସାରିଥିବା ଭିଲେନ – ଲିଟୁ ମଞ୍ଚ ଉପରେ ମାଡ଼ି ଆସିଥିଲେ।  

ନାଟକର ଅନ୍ତ ଏମିତି ହୋଇଥିଲା ଯେ ଭିଲେନ ହୋଇଥିବା ଲିଟୁ ସତରେ ମଞ୍ଚରେ ଆତଙ୍କରାଜ ଖେଳାଇଥିଲେ ଲାଇଟ ସାଉଣ୍ଡ ସବୁ ଭାଙ୍ଗିରୁଜି ଦେଇଥିଲେ। କଥା ସେଇଠି ସରିନଥିଲା ପରଦିନ ଲିଟୁକୁ ପଚାରିବାକୁ ଯାଇଥିଲେ ଗାଁ ଲୋକେ। ଆଉ ସେଠାରେ ଚାଲିଥିଲା ପୁଣି ଗୋଷ୍ଠୀ ସଂଘର୍ଷ।

 ବିଜେପି-କଂଗ୍ରେସ ଛକାପଞ୍ଝା ନାଟକ ପୂର୍ବରୁ ହିଁ ରହିଥିଲା। ଦୁଇ ଗୋଷ୍ଠୀ ନିଜ ନିଜ ଦଳର ନେତାଙ୍କୁ ଗେଷ୍ଟ କରି ଡାକିବା ଲାଗି ଜିଦ୍‌ ଧରିଥିଲେ । ନାଟକ ତ ମଞ୍ଚସ୍ଥ ହେଲା କିନ୍ତୁ ଅନ୍ତ ହେଲା ଏମିତି ଯାହା ସ୍କ୍ରିପ୍ଟରେ ହିଁ ନଥିଲା। ଏମିତିକି ଏହି ମୁକ୍ତାକାଶ ରଙ୍ଗମଞ୍ଚ ନାଟକ ଯାତ୍ରା ପେଣ୍ଡାଲରୁ ଆଗାମୀ ନିର୍ବାଚନ ଯାଏଁ ଲମ୍ବିବା ସମ୍ଭାବନା ରହିଛି।

354 Views

   ସମ୍ବନ୍ଧିତ ଖବର