ଓଲଟିଲା ଯାତ୍ରାପାର୍ଟି ଟ୍ରକ୍ : ୭ ଗୁରୁତର, ୬ ଆହତ

Published By : Prameya-News7 Bureau | November 29, 2019 IST

ଆଠଗଡ ୨୯।୧୧: ଆଠଗଡ ଯାତ୍ରାପାର୍ଟି ଟ୍ରକ୍ ଓଲଟି ୧୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଟ୍ରକଟି ଓଲଟିବା ଯୋଗୁଁ ଯାତାୟାତ ଠପ୍ ହୋଇଛି ।

{"id":191576,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଠଗଡ ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟି ପୋଖରୀଠାରେ ଭାରସାମ୍ୟ ହରାଇ ଯାତ୍ରାପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛି । ଆହତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସାବିତ୍ରୀ ଗଣନାଟ୍ୟର ଟ୍ରକ୍ ସାଲେପୁରରୁ ଯାତ୍ରା ସାରି ସମ୍ବଲପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଟ୍ରକଟି ରାସ୍ତାରେ ଓଲଟିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.