Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଯାତ୍ରାମାଲିକଙ୍କ ଜୀବିକା ଛଡାଇନେଲା କରୋନା, ରାସ୍ତାକଡରେ ପଡିଛି ଯାତ୍ରା ସାମଗ୍ରୀ

17/11/2020 at 11:20 AM

ଭଞ୍ଜନଗର ୧୭।୧୧: ଦୀର୍ଘ ୭ମାସରୁ ଅଧିକ ସମୟ ହେଲା ସମସ୍ତ କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଦିନ ଗଡିବା ସହ ପ୍ରତିଦିନ କରୋନା ଲାଗି ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଥିଲା  । କରୋନା ନିୟନ୍ତ୍ରଣ ପାଇଁ ପ୍ରଥମେ ଲକ୍‌ଡାଉନ୍‌ ଓ  ପରେ ସ଼ଟ୍‌ଡାଉନ୍ କରାଯାଇଥିଲା । ଏହି ସମୟରେ କରୋନା ବ୍ୟାପିବାରେ ତ କିଛି କଟକଣା ରହିଲା କିନ୍ତୁ ପ୍ରତ୍ୟେକ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଜୋରଦାର୍‌ ଝଟ୍‌କା ଲାଗିଥିଲା । ବେପାରୀ ଓ ସାଧାରଣଲୋକଙ୍କ ଆର୍ଥିକ କାରବାରର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଅନେକ ଲୋକ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାସ୍‌ କରି ଯାତ୍ରାଦୁନିଆ ଅଧିକ କ୍ଷତିଗ୍ରସ୍ତ ହୋଇଛି ।  ତେବେ ଆସନ୍ତୁ ଜାଣିବା ଏପରି ଜଣେ ଯାତ୍ରା ମାଲିକଙ୍କ ଦୁଃଖର କାହାଣୀ ଜାଣିବା ।

ଖବର ଅନୁଯାୟୀ,  ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଲୋକାମାରି ଗାଁର ରାସ୍ତା କଡ଼ରେ ଲକ୍ଷ ଲକ୍ଷ ଟଙ୍କାର ଯାତ୍ରାପାର୍ଟିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ପଡିରହିଛି । ଯାତ୍ରା ମାଲିକ ସେସବୁ ଜିନିଷ ପତ୍ରକୁ ନେଇ ନିଜ ଗାଁଖୁ ଯାଇପାରୁନାହାନ୍ତି । କାହିକିଁ ନା ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ । କରୋନା ଜନିତ ଲକ୍‌ଡାଉନ୍‌ ପୂର୍ବରୁ ଲୋକାମାରି ଗାଁରେ ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଗାଁରେ ଯାତ୍ରା ହୋଇଥିଲା । ଯାତ୍ରା ପାଇଁ ସୂଦୂର ଢେଙ୍କାନାଳ ଜିଲ୍ଲାରୁ ପ୍ରଶାନ୍ତ ବେହେରା ନାମକ ଜଣେ ଯାତ୍ରା ମାଲିକ ନିଜର ଯାତ୍ରା ସାମଗ୍ରୀ ନେଇ ଲୋକାମାରି ଗାଁକୁ ଆସିଥିଲେ । ସମସ୍ତ ହସଖୁସିରେ ପାଳନ କଲେ ଯାତ୍ରା ।

ତେବେ ଯାତ୍ରା ପରେ  ପରେ କରୋନା ଜନିତ ଲକ୍‌ଡାଉନ୍‌ ଲାଗୁ ହୋଇଗଲା । ଯାହାଫଳରେ କି ଗାଡ଼ିମଟର ବନ୍ଦ ହେଲା , ଆଉ ଯାତ୍ରା ମାଲିକ ନିଜ ସାମଗ୍ରୀ ନେଇ ଯାଇପାରିଲେନାହିଁ । ସମୟ ଗଡିବା ସହ ଯାତ୍ରା ମାଲିକଙ୍କ ପାଖରେ ଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଚାଲିଲା । କରୋନାର ଲକ୍‌ଡାଉନ୍‌ ପରେ ଯେତେବେଳେ ସ୍ୱାଭାବିକ ପରିସ୍ଥିତି ଆସିଲା । ସେତେବେଳକୁ ଯାତ୍ରା ମାଲିକଙ୍କ ପାଖରେ ଅର୍ଥ ସାଜିଗଲା ପ୍ରତିବନ୍ଧକ । ଯାତ୍ରା ପୁରା ବନ୍ଦ ହେବା ଲାଗି ମାଲିକଙ୍କ ହଟହଟା ବଢିଗଲା । ଅର୍ଥର ଅଭାବ ଦେଖାଦେଲା । ସେ ଗାଁରେ କିଛି ଦିନ ମାଗିଯାଚି ଚଳିଲେ । କିନ୍ତୁ ବର୍ତ୍ତମାନ ଧାନ କରଜ କରି ଚଳିବା ପରେ ଏବେ ନିଜ ସାମଗ୍ରୀ ଛାଡି ଚାଲିଯାଇଛନ୍ତି । ଯାହାଫଳରେ କି ଲକ୍ଷ ଲକ୍ଷ ଟଙ୍କାର ଯାତ୍ରା ସାମଗ୍ରୀ ରାସ୍ତାକଡ଼ରେ ଖତ ଖାଉଛି ।

   Related Posts