Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଗର୍ଜିଲେ ଯାତ୍ରା ମାଲିକ: କହିଲେ, ‘କଳାକାର କରୁଛନ୍ତି ବ୍ଲାକମେଲିଂ, ସରକାରଙ୍କୁ କହୁଛନ୍ତି ମିଛ, ଆୟକର ବିଭାଗକୁ ତଥ୍ୟ ଜଣାଇଦେବୁ’

29/05/2020 at 9:07 PM

ଭୁବନେଶ୍ୱର, ୨୯|୦୫: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ସପିଂ ମଲ୍, ଥିଏଟର ଓ ହଲ୍ ଆଦି ବନ୍ଦ ରହିଛି । ଏପରିକି ରାଜ୍ୟରେ ଯାତ୍ରା କାରବାର ମଧ୍ୟ ଠପ୍ ହୋଇଯାଇଛି । ଏହି ସମୟରେ  ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କରିଥିବା ଘୋଷଣା କରିଛି ଯାତ୍ରା ପାର୍ଟୀ ମାଲିକ ମହାସଂଘ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛି  ସଂଘ ।

ସଙ୍ଘ କହିଛି ଯେ, କଳାକାରମାନେଙ୍କୁ ଦିଆଯାଇଥିବା ଅଗ୍ରୀମ ଟଙ୍କା ଫେରସ୍ତ କରନ୍ତୁ । କଳାକାର ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି ମଧ୍ୟ କହିଛି ସଂଘ । ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦିଆ ଯାଇଛି । ସେମାନେ ସାତ ମାସ କାମ କରିଛନ୍ତି । ସେହି ହିସାବରେ ତାଙ୍କୁ ତାଙ୍କ ପାଉଣା ଦିଆଯାଇଛି । ଏବେ ଯାତ୍ରା କରାଯିବ ନାହିଁ । ସରକାର ଅନୁମତି ନଦେଲା ଯାଏଁ ଯାତ୍ରା ବନ୍ଦ କରୁଛୁ ବୋଲି ସଙ୍ଘ କହିଛି ।

୧୭ ଟି ଯାତ୍ରା ପାର୍ଟି ସମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଥିଲେ ।  ସଙ୍ଘ ଆହୁରି କିହଛି ଯେ, କ୍ଷତି ସହିଲେ ବି ଯାତ୍ରା ଆରମ୍ଭ କରିବୁ ନାହିଁ । ସମସ୍ତ କଳାକାରଙ୍କ ଉପରେ ଅଗ୍ରୀମ ବକେୟା ଅଛି ସରକାର କାହିଁକି ତାଙ୍କୁ ଅର୍ଥ ଦେବେ ବୋଲି ସଙ୍ଘ ପ୍ରଶ୍ନ କରିଛି । ଏହି ଦୁର୍ଦ୍ଦିନରେ ଲୋକଙ୍କୁ ସାହାଯ୍ୟ କୁରୁଛୁ । ସଙ୍ଘ ସହ କଳକାରମାନେ କିଛି ଆଲୋଚନା କରୁନାହାନ୍ତି ।  ସେମାନେ ମିଡିଆରେ ଅପ ପ୍ରଚାର କରୁଛନ୍ତି । ଯାତ୍ରା ମାଲିକଙ୍କୁ କଳାକାରମାନେ ବ୍ଲାକ ମେଲ୍ କରୁଛନ୍ତି ।

ଏହାସହ ସଙ୍ଘ ସରକାରଙ୍କ ସହ ରହିଛି , ସରକାର ବିରୋଧରେ ଯିବ ନାହିଁ ବୋଲି କହିଛି । ଏହାସହ ଇନ୍ କମ୍ ଟ୍ୟାକ୍ସ ବିଭାଗକୁ କଳାକାରମାନଙ୍କ ବିଷୟରେ  ଅବଗତ କରାଯିବ ବୋଲି ସଙ୍ଘ କହିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଯାତ୍ରା କଳାକାରମାନେ ନିଜ ଦାବି ରଖିଥିଲେ । ଏହି ଅବସରରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଊଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯାତ୍ରା କଥା ବିଚାର କରି ସହାୟତା ପ୍ରଦାନ କରିବାକୁ କଳାକାରମାନେ ନିବେଦନ କରିଥିଲେ । ପରେ କଳାକାରମାନେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

   Related Posts