Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଶୀତୁଆ ରାତିରେ ବି ଯାତ୍ରା ଜମୁଛି ,ନୂଆବର୍ଷ ପାଇଁ ଛୁଟିରେ କିଛି ପାର୍ଟି

27/12/2019 at 2:09 PM

ଭଦ୍ରକ ୨୭/୧୨: କଳା ସଂସ୍କୃତିର ମାଟି ଭଦ୍ରକ । ଯାତ୍ରା ଜଗତରେ ମଧ୍ୟ ଭଦ୍ରକ ଜିଲ୍ଲାର ବେଶ ନାମ ରହିଛି । ନିର୍ଦେଶକ , ଲେଖକ , ନାଟ୍ୟକାର ହୁଅନ୍ତୁ କି ଅଭିନେତା ଓ ଅଭିନେତ୍ରୀ ସବୁଠି ଭଦ୍ରକ ଜିଲ୍ଲାର କଳାକାରଙ୍କ ଉପସ୍ଥିତି ଲକ୍ଷ ହୋଇଥାଏ । ଆଉ ୧୨ମାସର ତେର ପର୍ବରେ ଯାତ୍ରା ର ମଜା ନିଅନ୍ତି ଦର୍ଶକ । ହାଡ଼ଭଙ୍ଗା ଶୀତରେ ମଧ୍ୟ ବିଭିନ୍ନ ଯାତ୍ରାପାର୍ଟିର ଭିଡ ଜମୁଛି । ଅନ୍ୟ ପଟେ ଏବେ ନୂଆବର୍ଷ ପାଇଁ ଯାତ୍ରା କ୍ୟାମ୍ପ କିଛି ଦିନ ପାଇଁ ବନ୍ଦ କରିଛନ୍ତି କେତେକ ଯାତ୍ରାପାର୍ଟି ମାଲିକ ।

ଭଦ୍ରକ, କଳା ଓ କଳାକାରଙ୍କୁ ସମ୍ମାନ ଦେଉଥିବା ଏକ ଜିଲ୍ଲା । ଯେଉଁ ଜିଲ୍ଲାରେ ଜନ୍ମ ହୋଇଛନ୍ତି ବହୁ କଳାକାର , ଯାତ୍ରା ଲେଖକ , ନିର୍ଦେଶକ ଓ ଅଭିନେତା , ଅଭିନେତ୍ରୀ । ଯାତ୍ରା ଜଗତର ଶ୍ରଷ୍ଠା ନାଟ୍ୟାଚାର୍ଜ୍ୟ ରଘୁନାଥ ପଣ୍ଡାଙ୍କ ଜନ୍ମମାଟି ହେଉଛି ଭଦ୍ରକ । ଆଉ ଭଦ୍ରକ ଜିଲ୍ଲାରେ ଅଧିକାଂଶ ପୂଜା ପର୍ବାଣିରେ ପ୍ରାୟ ଯାତ୍ରାପାର୍ଟି ଭିଡ ଜମାନ୍ତି । ଆଉ ଭଦ୍ରକ ଜିଲ୍ଲା ର ସମସ୍ତ କଳାକାର ନିଜ ର ପ୍ରଦର୍ଶନ କୁ ନେଇ ଖୁବ ଉସ୍ଚାହୀ ହୋଇଛନ୍ତି । ହାଡଭଙ୍ଗା ଶୀତରେ ମଧ୍ୟ ଯାତ୍ରାରେ ଭିଡ ଜମାନ୍ତି ଦର୍ଶକ । ଭଦ୍ରକ ଜିଲ୍ଲାର ଦର୍ଶକ ମଧ୍ୟ ଉତ୍ସାହିତ କରିବା ସହ ଦର୍ଶକଙ୍କ ପାଇଁ ପ୍ରେରଣା ସାଜନ୍ତି । 

ବର୍ଷ ସାରା ବିଭିନ୍ନ ରଙ୍ଗ ମଞ୍ଚରେ ନାଟକ କରନ୍ତି ଯାତ୍ରା ପାର୍ଟି । ପ୍ରାୟ ୪୫ଦିନର ଆଖଡା ପରେ ଆରମ୍ଭ କରନ୍ତି ଯାତ୍ରା । କଳାକାରଙ୍କୁ ବର୍ଷକରେ ଦୁଇଥର ଛୁଟି ଦେଇଥାନ୍ତି ଯାତ୍ରାପାର୍ଟି ମାଲିକ , ରଜ ଛୁଟି ଓ ନୂଆବର୍ଷ ଛୁଟି । ଏବେ ନୂଆବର୍ଷ ପାଇଁ କେତେକ ପାର୍ଟି କଳାକାର ଓ କର୍ମଚାରୀଙ୍କୁ ଛୁଟି ଦେଇଛନ୍ତି । ନୂଆବର୍ଷର ପ୍ରଥମ ସପ୍ତାହରେ ପୁଣି ପାର୍ଟି ଯାତ୍ରା ଆରମ୍ଭ କରିବ । ଛୁଟି ପାଇଁ ସମସ୍ତ କଳାକାର ଖୁସ୍ । ଭଦ୍ରକ ଜିଲ୍ଲାରେ ହାଡଭଙ୍ଗା ଶୀତରେ ମଧ୍ୟ ଦର୍ଶକଙ୍କ ଭିଡ ଜମୁଛି । ଶୀତ ପାଇଁ ବେପାର କିଛିଟା କମ ହେଉଛି ବୋଲି ପାର୍ଟିମାଲିକ କହୁଛନ୍ତି । କିନ୍ତୁ ଆୟୋଜକଙ୍କ କହିବା କଥା ଯେ ଭଦ୍ରକରୁ ଭଲ ଆୟ କରିଥାନ୍ତି ଯାତ୍ରାପାର୍ଟି । ବର୍ଷର ଅଧିକାଂଶ ପୂଜାପର୍ବାଣିରେ ମଧ୍ୟ ଯାତ୍ରାବ୍ୟବସାୟ ଖୁବ ଭଲ ହୋଇଥାଏ । 

ଶୀତ ହେଉ କି ଖରା , କଳାପ୍ରେମୀ ଦର୍ଶକ କିନ୍ତୁ ଯାତ୍ରାକୁ ପସନ୍ଦ କରନ୍ତି । ନହେଲେ ଏତେ ଶୀତ ରେ କିଏ କଣ ଯାତ୍ରା ମଞ୍ଚରେ ଭିଡ ଜମାନ୍ତା ।

   Related Posts