Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଯାତ୍ରା କଳାକାର ବି ହେଲେଣି ରାଜନୀତି ମୁହାଁ : ନବୀନ ନିବାସରେ ଟୁକୁନା-ଲିପି ଯୋଡ଼ି

24/03/2019 at 5:48 PM

ଭୁବନେଶ୍ଵର ୨୪/୩- ଇଏ ହେଉଛି ଦିଲ୍ଲୀ ଲଢ଼ୁ, ଯିଏ ଖାଇବ ପ୍ରସ୍ତେଇବ..ଯିଏ ନ ଖାଇବ ସେ ବି ପ୍ରସ୍ତେଇବ । ଏହି ଢ଼ଗଭଳି  ଆଜିର ରାଜନୀତି ରଂଗ । ସମାଜସେବୀ, ଆଏଏସ, ଆଇପିଏସ ଠାରୁ ଆରମ୍ଭ କରି ଅଭିନେତା,ସ୍ଵଂୟ ସହାୟକ ଗୋଷ୍ଠୀର କର୍ମୀ ପର୍ଯ୍ୟନ୍ତ ରାଜନୀତି ମଇଦାନକୁ ଲମ୍ଫ ଦେଇଥିଲେ । ହେଲେ ୨୦୧୯ ନିର୍ବାଚନରେ ଯାତ୍ରାକଳାକାର ବି ପଛରେ ପଡ଼ିନାହାଁନ୍ତି । ସେମାନେ ବି ବିଭିନ୍ନ ଦଳରେ ସାମିଲ ହେବାକୁ ଆରମ୍ଭ କରିଦେଲେଣି କସରତ୍ । କିଛିଦିନ ପୂର୍ବରୁ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ନବୀନ ନିବାସ ଯିବାକଥା ଶୁଣିବାକୁ ମିଳିଥିଲା ।  ଆଜି ପୁଣି ନବୀନ ନିବାସରେ ଦେଖିବାକୁ ମିଳିଥିଲା ଆଉ ଗୋଟିଏ  ଯାତ୍ରା କଳାକାର ଦମ୍ପତିଙ୍କୁ   । ଯାତ୍ରାରେ ମଂଚରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣୁଥିବା ଦମ୍ପତି ହଠାତ ରାଜନୀତିକୁ କାହିଁକି ମନ ବଳାଇଲେ .. ଆସନ୍ତୁ ଜାଣିବା ।

ଯାତ୍ରାଭିନେତା ଟୁକୁନା-ଲିପିଙ୍କୁ ନବୀନ ନିବାସରେ ଆଜି ଦେଖିବାକୁ ମିଳିଥିଲା । ଅନ୍ୟମାନଙ୍କ ଭଳି ସେମାନେ ବି ଦଳରେ ସାମିଲ ହେବାକୁ ଆସିଛନ୍ତି ବୋଲି କହିଥିଲେ । ଯାତ୍ରାଜୀବନରେ ଏତେ ବର୍ଷ କଟାଇବା ପରେ ରାଜନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବା ଓ ସେବା କରିବାର ସୁଯୋଗ ମିଳିପାରିବ ବୋଲି ସେ ରାଜନୈତିକ ମୈଦାନକୁ ଓହ୍ଲାଉଛନ୍ତି ବୋଲି କହିଛନ୍ତି ।

ଟୁକୁନା-ଲିପି ଯାଜପୁର ଜିଲ୍ଲାର ବାସିନ୍ଦା ହୋଇଥିବା କାରଣରୁ ଯଦି ମୁଖ୍ୟମନ୍ତ୍ରୀ  ଯାଜପୁରର କୌଣସି ବିଧାନସଭା ଆସନରୁ ସ୍ଵାମୀ-ସ୍ତ୍ରୀ ଦୁଇଜଣଙ୍କ ଭିତରୁ କାହାକୁ ବି ପ୍ରାର୍ଥୀ କରନ୍ତି, ତାହେଲେ ସେମାନେ ଲଢ଼ିବାକୁ ରାଜି ବୋଲି କହିଛନ୍ତି ଯାତ୍ରାଭିନେତା ଟୁକୁନା ବରାଳ ।

ସେ ନ୍ୟୁଜ ସେଭେନକୁ କହିଛନ୍ତି , ସେମାନେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ । ତାଙ୍କର କାର୍ଯ୍ୟଶୈଳୀ ଓ ଶାସନ ବ୍ୟବସ୍ଥା ପ୍ରଭାବିତ କରିଥିବାରୁ ସେ ବିଜେଡ଼ିରେ ଯୋଗଦେବା ପାଇଁ ଚାହୁଁଛନ୍ତି । କେବଳ ନବୀନ ପଟ୍ଟନାୟକ ନୁହଁନ୍ତି , ତାଙ୍କ ଜି୍ଲ୍ଲାରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ(ବବି) ମଧ୍ୟ ଜଣେ ଆଦର୍ଶ ଜନନେତା ବୋଲି କହିଛନ୍ତି ଟୁକୁନା । ସେ ପ୍ରଣବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ କାମ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

 

ସେ ଯେମିତି ଜଣେ ଦକ୍ଷ ଅଭିନେତା ତାଙ୍କ ସ୍ତ୍ରୀ ମଧ୍ୟ ସେମିତି ଦକ୍ଷ ଅଭିନେତ୍ରୀ ହିସାବରେ ଓଡ଼ିଶାରେ ନାଁ କମେଇଛନ୍ତି । ଏହି ନିର୍ବାଚନରେ ମହିଳାଙ୍କ ସମ୍ମାନ ଉଦ୍ଦେଶ୍ୟରେ ୩୩ ପ୍ରତିଶତ ଆସନରେ ଅଗ୍ରାଧିକାର ଦେବା କଥା କହିଥିଲେ  ମୁଖ୍ୟମନ୍ତ୍ରୀ  । ଏହି ଭାଗବଣ୍ଟାରେ ଯଦି ମୁଖ୍ୟମନ୍ତ୍ରୀ ଜଣେ ଯାତ୍ରାକଳାକାର ହିସାବରେ ଲିପିକୁ ବି ଅଗ୍ରାଧିକାର ଦିଅନ୍ତି ଖୁସିହେବେ ବୋଲି କହିଛନ୍ତି ଟୁକୁନା । କାରଣ ଆଗାମୀ ଦିନରେ ସେ ନବୀନଙ୍କ ନୀତି ଆଦର୍ଶରେ ଯାତ୍ରା ଛାଡ଼ି ବିଜେଡ଼ି ରାଜନୀତିରେ ଯାଜପୁର ଜିଲ୍ଲା ପାଇଁ ସକ୍ରିୟ ରହିବେ ବୋଲି ମଧ୍ୟ କହିଛନ୍ତି ।

ରାଜନୈତିକ ମୈଦାନକୁ ଓହ୍ଲେଇବାକୁ କେହି ପଛରୁ ପ୍ରେରଣା ଦେଇଛନ୍ତି ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ , “ସେମିତି କେହି ମୋ ପଛରେ ନ ଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଆସ୍ଥା ଅଛି, ସେ ନିଶ୍ଚୟ କଳାକାର ହିସାବରେ ପ୍ରାଧାନ୍ୟଦେବେ । ତାଙ୍କର ନିଷ୍ପତ୍ତି ଅନୁସାରେ ଯଦି ମୋତେ କିମ୍ବା ମୋ ସ୍ତ୍ରୀ ଲିପିକୁ ବିଜେଡ଼ିରେ ସ୍ଥାନ ମିଳେ ଆମେ ସୁଚାରୁରୂପେ ରାଜନୀତିର ରଣାଙ୍ଗନକୁ ସମ୍ଭାଳି ପାରିବୁ” ।

ଟୁକୁନା ଓ ଲିପି ଯାତ୍ରାକଳାକାର ହିସାବରେ ଅନେକ ବର୍ଷ ହେଲା କାମ କରି ଆସୁଛନ୍ତି । ଓଡ଼ିଶାର କୋଣେ ଅନୁକୋଣରେ ଯାତ୍ରା ମାଧ୍ୟମରେ ଟୁକୁନା-ଲିପି ଲୋକ ଙ୍କ ସହ  ପରିଚୟରେ ଆସିପାରିଛନ୍ତି । ତାଙ୍କୁ ଯଦି ରାଜନୀତିରେ ସୁଯୋଗ ଦିଆଯାଏ, ତାହେଲେ ସେ ଯାଜପୁର କାହିଁକି ସାରା ଓଡ଼ିଶାର ଜନସାଧାରଣଙ୍କ ପାଇଁ କାମ କରିପାରିବେ । ଦରକାର ପଡ଼ିଲେ ସାରା ଜୀବନ ଯାତ୍ରାଛାଡ଼ି ରାଜନୀତି ସହ ଜଡ଼ିତ ହୋଇ ରହିବେ ବୋଲି ମତ ରଖିଛନ୍ତି ଯାତ୍ରା ଦମ୍ପତି ।

ତାଙ୍କ ପରିବାରରୁ କେହି ପ୍ରତ୍ୟକ୍ଷ ରାଜନୀତିରେ ନ ଥିଲେ ବି ସେ କିନ୍ତୁ ରାଜନୀତି ସହିତ ସିଧାସଳଖ ଯୋଡ଼ି ହେବାକୁ ଚାହାଁନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପଯୁକ୍ତ ପ୍ଲାଟଫର୍ମ ଟିଏ ମିଳିଲେ ଆଗକୁ ଯାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଯାହାକୁ ଜଣକୁ ବି ଯଦି ଟିକେଟ ମିଳେ,ଉଭୟ ଯାତ୍ରାପାର୍ଟି ଛାଡ଼ି ପ୍ରତ୍ୟକ୍ଷ ରାଜନୀତି ସହ ପରସ୍ପରକୁ ସାହାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ନ୍ୟୁଜ୭କୁ କହିଛନ୍ତି ଟୁକୁନା ।

“କୌଣସି ସେମିତି ବଡ଼ ସ୍ଵାର୍ଥନେଇ ବିଜେଡ଼ିରେ ମିଶିବାକୁ ଆସିନାହୁଁ । ଆମେ ସ୍ଵାମୀ-ସ୍ତ୍ରୀ ଅନେକ ସମୟରେ ଦୁଃଖୀରଙ୍କି..  ମେଡ଼ିକାଲରେ ପଡ଼ିଥିବା ଲୋକ.. କିମ୍ବା ଅସୁବିଧାରେ ଥିବା  ଲୋକଙ୍କ ପାଖରେ ପହଂଚିଥାଉ ।ଲୋକମାନଙ୍କର ସେବା କରିବା  ଆମର ମୂଳରୁ ଗୋଟେ ମାନସିକତା ଥିଲା । ଲୋକଙ୍କର  ଅଧିକ ସେବା କରିବାକୁ  ଆମକୁ ଯଦି ଦଳ ତରଫରୁ କିଛି ଦାୟିତ୍ଵ କିମ୍ବା ସୁଯୋଗ ଦିଆଯାଏ , ତାହେଲେ ଲୋକଙ୍କ ପାଖରେ ପହଂଚିବାକୁ କିଛି ଅଡ଼ୁଆ ହେବନାହିଁ ।”

ନବୀନ ନିବାସରେ ନିଜର ବାୟୋଡ଼ାଟା ଦାଖଲ କରି ଫେରିବା ପରେ ଯାତ୍ରାଭିନେତା ଟୁକୁନା ଏହି ମତ ରଖିଛନ୍ତି । ଦେଖାଯାଉ ଯାତ୍ରା ମୈଦାନରୁ ରାଜନୀତି ମୈଦାନ ଡ଼େଇଁବାକୁ ଟୁକୁନା-ଲିପିଙ୍କ ଭାଗ୍ୟ କେମିତି ସାଥ୍ ଦେଉଛି ।

   Related Posts