Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

କୁଆଡେ ଗଲେ ଯାତ୍ରା ଜଗତର ସଫଳ ଯୋଡି ଟୁକୁନା-ଲିପି? ‘ମାଳିସାହି ଝିଅ ମାଳତୀ ଅପା’ରୁ ‘ସ୍ତ୍ରୀମାନେ ସାବଧାନ’ ପର୍ଯ୍ୟନ୍ତ ଖେଳିଛନ୍ତି ଲମ୍ବା ଇନିଂସ…

10/10/2019 at 3:11 PM

ଭଦ୍ରକ (ସର୍ବେଶ୍ବର ନାଥ) ୧୦|୧୦:  କୁଆଡେ ଗଲେ -ଟୁକୁନା ଲିପି । ଓଡିଆ ଯାତ୍ରା ଜଗତର ହିଟ୍ ଯୋଡି, ନାୟକ ଟୁକୁନା ଆଉ ନାୟିକା ଲିପି, ଏଥର ମଂଚରୁ ଉଭାନ ହୋଇଯାଇଛନ୍ତି । କାହିଁକି , କଣ ହେଲା ଦୁହିଁଙ୍କର ? .. ରଙ୍ଗ ମହଲ ଆଉ ଇନ୍ଦ୍ରଭୂବନରେ ଲମ୍ବା ଇନିଂସ ଖେଳିବା ପରେ ଏହି ସଫଳ ଯୋଡିକୁ  ଏବର୍ଷ ମଂଚରେ ଆଉ ଦେଖିବାକୁ ମିଳୁ ନାହିଁ । କୁଆଡେ ଗଲେ ସେମାନେ , କଣ ଯାତ୍ରାକୁ ଅଲବିଦା କରିଦେଲେ ..ଯଦି ନୁହେଁ , ତବେ  କଣ ପାଇଁ ମଂଚରୁ ବାହାରି ଗଲେ .. ଏମିତି ଅନେକ ପ୍ରଶ୍ନ ଏବେ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଉଙ୍କି ମାରୁଛି ।

 ନାଁ ତାଙ୍କର ଅନନ୍ତ ବରାଳ , ତବେ ଏହି ନାଁରେ ତାଙ୍କୁ କେହି ଚିହ୍ନନ୍ତି ନାହିଁ ।  ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ ଟୁକୁନା , ଏହି ନାଁ ଜଲିଉଡରେ ବେଶ ପରିଚିତ । ଟୁକୁନାଙ୍କ ପତ୍ନୀ ନିବେଦିତା ବରାଳ , ତବେ ତାଙ୍କୁ ବି ଏହି ନାଁରେ କେହି ଜାଣନ୍ତି ନାହିଁ । ଯାତ୍ରା ଜଗତରେ  ଲିପି ବୋଲି ସମସ୍ତେ ଜାଣନ୍ତି । ଲିପିଙ୍କ କଣ୍ଠ ସ୍ବର ରାନୀ ମୂଖାର୍ଜୀଙ୍କ କଣ୍ଠ ସହ ମିଶିଯାଏ , ସେଥିପାଇଁ ତାଙ୍କୁ ତାଙ୍କ ଫ୍ୟାନମାନେ ଯାତ୍ରା ଇଷ୍ଟ୍ରୀର ରାନୀ ମୂଖାର୍ଜୀ ବୋଲି ମଧ୍ୟ କହନ୍ତି ।

ଆଉ ଏହି ଟୁକୁନା-ଲିପି ଯୋଡି ଅନେକ ସଫଳ ନାଟକ ଭେଟି ଦେଇଛନ୍ତି ଯାତ୍ରା ଦୁନିଆକୁ । ମାଳିସାହୀ ଝିଅ ମାଳତୀ ଅପା, ଧରିତ୍ରୀ ଧରିଛି ଧର୍ମ ନିକିତି , ବଣ ମଣିଷ , ଅଣ ପୁରୁଷା , ସ୍ତ୍ରୀମାନେ ସାବଧାନ , ଯିଏ ବାହା ହେବ ସିଏ ମରିବ , ସିନ୍ଦୁର ଦେଖିଲେ ଡର ଲାଗୁଛି , ଏମିତି ଅନେକ ହିଟ୍ ନାଟକରେ ଏହି ଯୋଡି ଅଭିନୟ କରିଛନ୍ତି ।

ବିଗତ ତିନି ବର୍ଷ ହେଲା ସେମାନେ ଇନ୍ଦ୍ର ଭୂବନରେ ଅଭିନୟ ଜାରି ରଖିଥିଲେ । ତବେ ଏଥର ସେହି ପାର୍ଟି ଛାଡି ଦେଇଛନ୍ତି , ଆଉ ଅନ୍ୟ କୌଣସି ଯାତ୍ରା ପାର୍ଟିରେ ବି ଯୋଗ ଦେଇ ନାହାଁନ୍ତି । ଏହି ବର୍ଷକ ପାଇଁ ବିଶ୍ରାମ ନେଉଛନ୍ତି ବୋଲି ଲିପି -ଟୁକୁନା ନ୍ୟୁଜ୍7କୁ କହିଛନ୍ତି । 

 ଟୁକୁନାଙ୍କ ପୁଅ ଏବେ ନବମ ଶ୍ରେଣୀରେ ପଡୁଛନ୍ତି । ଯେତବଳେ ସିଏ ସାତ ମାସର ଶିଶୁ ଥିଲେ, ଲିପି ତାଙ୍କୁ ଟୁକୁନାଙ୍କ ଭଉଣୀ ପାଖରେ ଛାଡି ଦେଇ ମଂଚକୁ ଚାଲିଗଲେ । କେତେବେଳେ ବି ସେ  ମନଭରି ମାଆର ସ୍ନେହ ଟିକେ ପୁଅକୁ ଦେଇ ନାହାନ୍ତି , ଭଲକି କାଖେଇ ନାହାନ୍ତି  କି ଶୀତୁଆ ରାତିରେ ପୁଅକୁ ନିଜ ପେଟ ତଳେ ଜାକି ଟିକେ ଶୋଇ ପାରି ନାହାନ୍ତି । ଏମିତି କିଛି କଥା କୋହ ଭରା କଣ୍ଠରେ ଲିପି ପ୍ରକାଶ କରିଛନ୍ତି ତାଙ୍କ ବାତ୍ସଲ୍ୟବୋଧ ସମ୍ପର୍କରେ ।

ଆଉ ଟୁକୁନା , ସିଏ ବି ଏବର୍ଷ କୌଣସି ଯାତ୍ରା ଦଳରେ ସାମଲ ହୋଇନଥିବା ସମ୍ପର୍କରେ ଠିକ୍ ସେମିତି କିଛି କହିଛନ୍ତି… ଯାତ୍ରା କଳାକାର , ଦୁଃଖର ପାହାଡରେ ଛିଡା ହୋଇଥାଏ । ବାପା ମରିଗଲେ , ତା ଶବ ପାଖରେ ଠିଆ ହୋଇ ପାରିବ ନାହିଁ , କି ଭଉଣୀର ବାହାଘର ଦିନ ତା ବାହାବେଦୀ ପାଖରେ ଛିଡା ହୋଇ ପାରିବ ନାହିଁ । ଏମିତି ଦୁଃଖକୁ ସହି ହସି ହସି ଅଭିନୟ କରିବାକୁ ପଡେ । ସେଥିପାଇଁ ବର୍ଷଟିଏ ପାଇଁ ଛୁଟିରେ ଆସିଛୁ , ପୁଣି ମଂଚକୁ ଫେରିଯିବୁ ବୋଲି ଲିପି-ଟୁକୁନା କହନ୍ତି । 

 ଧରିତ୍ରୀ ଅପେରାରେ ଅଭିନୟ କଲାବଳେ ଉଭୟଙ୍କର ବିବାହ ହୋଇଥିଲା । ଆଉ ତାଙ୍କ ମ୍ୟାରେଜ୍ ପାଇଁ ହର ସାର୍ ( ସ୍ବର୍ଗତ ହର ପଟ୍ଟନାୟକ) ଦାୟି ବୋଲି କହନ୍ତି ଟୁକୁନା । ନାଟକ ରିହରସାଲ ଚାଲିଥାଏ । ନିର୍ଦ୍ଦଶେନା ଦେଉଥିଲେ ହର ପଟ୍ଟନାୟକ , ଟୁକୁନା ଆଉ ଲିପିଙ୍କ ଭିତରେ ଚାଲିଥିଲା ଜବରଦସ୍ତ ଲଭ୍ । ଏହି କଥାକୁ ଜାଣି ପାରିଲେ ହର ସାର୍ , ଆଉ ତାଙ୍କ ପାଟିରୁ ବାହାରି ଗଲା -ଲୁଚିଛି ନା ଗୋଡ ଦିଇଟା ଦିଶୁଛି । ଶେଷରେ ସେହି ନାଟକର ନାଁ ବି ରହିଲା – ଲୁଚିଛି ନା ଗୋଡ ଦିଇଟା ଦିଶୁଛି । ଆଉ ତାଙ୍କ ବିବାହ ମଧ୍ୟ ହର ସାର୍ କରାଇ ଦଲେ ।

ଏଥର ଦୁର୍ଗ। ପୂଜାରେ ଲିପି-ଟୁକୁନା ପରିବାର ସହ ରାଉରକେଲା ଯାଇଥିଲେ । ଖୁବ୍ ମସ୍ତି କରୁଛନ୍ତି । ଅଭିନୟ ସହ ଯାତ୍ରା ପରିଚାଳନା ଦାୟିତ୍ବ ନେବେ ବୋଲି ଟୁକୁନା କହନ୍ତି। ଏମିତି କି ଛୋଟ ପରଦାରେ ସିରିଆଲ ପ୍ରଡ୍ୟୁସର ହେବାକୁ ଆଶା ରଖିଛନ୍ତି ଟୁକୁନା ।

ଏବେ ଛୁଟି ସମୟରେ ରାତିରେ ଶୋଇଥିବା ବଳେ ହଠାତ୍ ତାଙ୍କ ନିଦ ଭାଙ୍ଗି ଯାଉଛି , ଆଉ ସେ ବିଛଣାରୁ ଉଠି  ବସୁଛନ୍ତି । ସତରେ ଜଣେ ମଂଚ କଳାକାର ମଂଚକୁ ଛାଡି ବଂଚିବା କହୁତ କଷ୍ଟ ବୋଲି କହନ୍ତି ଟୁକୁନା ।  

   Related Posts