ଗୋଟିଏ ଦିନରେ ଆଉ ଏକ ଦୁଃଖ, କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା

Published By : Prameya-News7 Bureau | April 27, 2021 IST

ବାଲେଶ୍ଵର ୨୭।୦୪: ଗୋଟିଏ ଦିନରେ ତିନି ତିନିଟି ଦୁଃଖ। ମଙ୍ଗଳବାର ସନ୍ଧ୍ୟାରେ ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ଓ୍ଵାର୍ଡରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା। ଇଷ୍ଟର୍ଣ୍ଣ ଅପେରା ପରେ ମଞ୍ଚ ମଞ୍ଜରୀରେ ନିଜ ଅଭିନୟର ଯାଦୁ ଦେଖାଇ ପ୍ରଶଂସା ସାଉଁଟିଥିବା ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ। ସେ ମଧ୍ୟ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ।

{"id":445233,"sizeSlug":"large","linkDestination":"none"}

ଗତ କିଛି ଦିନ ତଳେ ତୃପ୍ତି ଏବଂ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା କରୋନା ସଂକ୍ରମିତ ହୋଇ ବାଲେଶ୍ଵର  କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ଦୁଇ ଦିନ ତଳେ ତୃପ୍ତି ପଣ୍ଡାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଆଇସିୟୁରେ ବର୍ତ୍ତି  କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପରଲୋକ ଘଟିଛି। ତେବେ ତାଙ୍କ ସ୍ଵାମୀ  ସୁଶାନ୍ତ ପଣ୍ଡା ଏବେ ବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

{"id":445238,"width":832,"height":677,"sizeSlug":"large","linkDestination":"none"}

ଖୁବ୍ କମ ବୟସରେ ଯାତ୍ରା ଜଗତରେ ସ୍ଵତନ୍ତ୍ର ସ୍ଥାନ ଅର୍ଜନ କରିଥିବା ତୃପ୍ତି ପଣ୍ଡା ବଦନାମ ଗଳିର ଝିଅ ନାଟକରେ ଟାଇଟଲ୍‌ ଚରିତ୍ର ଅଭିନୟ କରି ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ। ସେ ୫୦ରୁ ଅଧିକ ନାଟକରେ ଅଭିୟନ କରିଛନ୍ତି। ମାତ୍ର ୩୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ତୃପ୍ତିଙ୍କର ଗୋଟିଏ ୫ ବର୍ଷର ଝିଅ ଅଛି। ତାଙ୍କ ପରଲୋକରେ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଅନ୍ୟତମ ଯାତ୍ରା ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ପରଲୋକ ଘଟିଥିଲା। ସେ ମଧ୍ୟ କରୋନାରେ ପୀଡିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.