ସତ ଲୁଚିଗଲା ପଥର ଘରେ, କୁଆଡେ ଗଲେ ସୁର ସାରଙ୍କ ସାନ ଝିଅ, କାମିନୀ ସ୍ବାଇଁଙ୍କୁ ଖୋଜିଛୁ ଆମେ
3/01/2019 at 2:20 PM

ଭଦ୍ରକ ୩|୧: ତୁଳସୀ ଗଣନାଟ୍ୟର ଚର୍ଚିତ ନାଟକ ସୁର ସାରଙ୍କ ସାନ ଝିଅ, ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା ଏହି ନାଟକ। ବର୍ଷେ କି ଦୁଇ ବର୍ଷ ନୁହେଁ, ଲଗାତର ଛଅ ବର୍ଷ ଧରି ଏହି ନାଟକ ମଂଚସ୍ଥ ହୋଇ ଥିଲା। ତବେ ସୁର ସାରଙ୍କ ସାନ ଝିଅ ଭୂମିକାରେ ଅଭିନୟ କରୁଥିବା ନାୟିକା ଯାତ୍ରା ପାର୍ଟିରୁ ଉଭାନ ହୋଇଗଲେ। ଆଉ ତା ପରେ ସେହି ନାଟକ ବନ୍ଦ ହୋଇଗଲା। ସେହି ନାଟକ ଯିଏ ଦେଖିଛି, ଏବେ ବି ଖୋଜୁଛି -କୁଆଡେ ଗଲେ ସେହି ସୁର ସାରଙ୍କ ସାନ ଝିଅ। ଦୀର୍ଘ ଅଠର ବର୍ଷ ହେଲା , ଆଉ ତାଙ୍କର ଦେଖା ନାହିଁ। କାହିଁକି ମଂଚରୁ ସେ ମୁହଁ ମୋଡି ନଲେ।

ସେହି ଚର୍ଚିତ ନାଟକ ସୁର ସାରଙ୍କ ସାନ ଝିଅରେ, ସାନ ଝିଅର ନାଁ ଥିଲା ସୀମା, ଆଉ ବଡ ଝିଅର ନାଁ ଥିଲା ପ୍ରଜ୍ଞା। ତବେ ସେହି ସାନ ଝିଅ ଭୂମିକାରେ ଅଭିନୟ କରୁଥିଲେ କାମିନୀ ସ୍ବାଇଁ। ବଡ ଝିଅ ଭୂମିକାରେ ଥିଲେ ବାସନ୍ତି ବାରିକ। କୈଳାସ ପରିଡା ସାଙ୍ଗକୁ ବାସୁ ମାଇତି, ସବୁ କଳାକାର. କେହି କାହାକୁ କମ ନଥିଲେ। ଆଉ କାହାଣୀ ବି ଦମଦାର ଥିଲା। ସେଥିପାଇଁ ତ ସେହି ନାଟକ ସୁର ସାରଙ୍କ ସାନ ଝିଅ ଛଅ ବର୍ଷ ଧରି ଚାଲିଥିଲା। ତେବେ କାମିନୀ ସ୍ବାଇଁ କାହିଁକି ମଂଚରୁ ବାହାରି ଆସିଲେ, ଆଉ ଏବେ ସେ କେଉଠି।

୨୦୦୨ ମସିହା, ସେତେବଳେ କାମିନୀଙ୍କୁ ହୋଇଥିଲା ମାତ୍ର ୩୫ ବର୍ଷ। ସ୍ବାମୀ ଧରଣୀଧର ସ୍ବାଇଁଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ହୋଇଗଲା। ଆଉ ସ୍ବାମୀଙ୍କ ଦେହାନ୍ତ ପରେ କାମିନୀ ଘରୁ ବାହାରିଲେ ନାହିଁ। ସେହି ଦିନ ଠାରୁ ଦର୍ଶକଙ୍କ ଆଖିରୁ ହଜିଗଲେ ସୁର ସାରଙ୍କ ସାନ ଝିଅ।

କାମିନୀ ସ୍ବାଇଁ , ମାତ୍ର ନଅ ବର୍ଷ ବୟସରେ ମଂଚକୁ ଆସିଥିଲେ। ଅନେକ ପୌରାଣିକ ନାଟକରେ ସେ ଅଭିନୟ କରିଛନ୍ତି। ଇଛାପୁର ଅପେରାର – ଆଜିର ଦୁନିଆ ନାଟକରେ ସେ ପ୍ରଥମେ ଅଭିନୟ କରିଥିଲେ। ତା ପରେ ସେ ଦୁର୍ଗ।ଶ୍ରୀ, ସାତଶଙ୍ଖ, ଗୌରୀ, ପାର୍ବତୀ, ଶିବାନୀ, ତୁଳସୀ ଗଣନାଟ୍ୟରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ନାଟକ ହେଉଛି – ସୁର ସାରଙ୍କ ସାନ ଝିଅ, କୁନି ମିଶ୍ର କଟର ଯାଇଛି, କଥା ରହିଗଲା ମଗୁସୁରକୁ, ଦେଇ ଦେବି ତତେ ବୁଢା ବରକୁ, ଲକ୍ଷ୍ମଣର ତିନିଗାର, ଯେ ପକ୍ଷୀ ଉଡେ ଯତେ ଦୂର, ମୋ ପଁକୋଳୀ ବଜେଇ ଦେ, ବଉଳ ଲୋ ତ ବର ଆସୁଛି, ସତ ଲୁଚିଗଲା ପଥର ଘରେ। ଏମିତି ଅନେକ ସଫଳ ନାଟକରେ ଅଭିନୟ କରିଛନ୍ତି। ଆଉ ଏବେ ଜଗତସିଂହପୁର ଜିଲ୍ଲା ଓଡଶ ଗାଁରେ ରହୁଛନ୍ତି ସେ। ସରକାରଙ୍କ କଳାକାର ଭତ୍ତା ତାଙ୍କୁ ଏଯାଏଁ ମିଳି ନାହିଁ ବୋଲି ଦୁଖରେ କହନ୍ତି କାମିନୀ।
ରିପୋର୍ଟ: ସର୍ବେଶ୍ବର ନାଥ