Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଯାତ୍ରା ଜୀବନର ଅଭୂଲା କଥା: ସେପଟେ ସ୍ବାମୀଙ୍କ ଜୁଇରୁ ଚିତା ଲିଭିନଥିଲା ଏପଟେ ପୁଣି ମଥାରେ ସିନ୍ଦୁର ଓ ହାତରେ ଚୁଡିପିନ୍ଧି ମଂଚକୁ ଓହ୍ଲାଇଥିଲେ ଛବି

21/11/2018 at 2:28 PM

ଭଦ୍ରକ ୨୧|୧୧: ଅଭିନେତ୍ରୀ ଛବିରାଣୀ ବହେରା, ଓଡିଆ ଯାତ୍ରା ଜଗତର ଜଣେ ଆଗ ଧାଡିର କଳାକାର । ଆନେକ ହିଟ୍ ନାଟକରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି ଛବି । ଆକାଶବାଣୀ କଟକ, ଅଣ ପୁରୁଷା, ଅଗ୍ନିପରୀକ୍ଷା, ଅଭିମାନୀ ଲଳିତା, ଧରମ ଭାଇ, ପିପିଲି ଝିଅ ମୋତେ ବିଚାର ଦିଅ, ଧର୍ମ ହଜିଗଲା ଧର୍ମ ଦାଣ୍ଡରେ, ସତ ମଶାଣିରେ ମିଛ କୋକେଇ- ଏମିତି ଅନେକ ସୁପର ହିଟ ନାଟକରେ ଛବି ନିଖୁଣ୍ ଅଭିନୟ କରିଛନ୍ତି । ଯେଉଁଥିପାଇଁ ଦର୍ଶକ ସବୁଦିନ ତାଙ୍କୁ ମନେ ରଖିବେ । ଛବି, ରଙ୍ଗମଂଚର ରଙ୍ଗୀନ ଆଲୁଅ ଆଗରେ ମୁହଁରେ ରଙ୍ଗମାରି କତେବଳେ ହସନ୍ତି ତ ଆଉ କତେବେଳେ କାନ୍ଦନ୍ତି । ତବେ ତାଙ୍କ ବାସ୍ତବ ଜୀବନରେ ସେ ଏକା ହୋଇଯାଇଛନ୍ତି । ସ୍ବାମୀ ଆଉ ସନ୍ତାନକୁ ହରାଇ , ଛବି ଏବେ ତାଙ୍କ ଜୀବନ ଛକରେ ଏକା ଏକା ଛିଡା ହୋଇଛନ୍ତି । 

ପ୍ରାୟ ତିରିଶ ବର୍ଷ ତଳେ ଛବି ଓଡିଆ ଯାତ୍ରା ଜଗତରେ ପାଦ ହେଇଥିଲେ । ସାଗର କନ୍ୟା  ଗଣନାଟ୍ୟରେ ପାଦ ଦେଉ ଦେଉ ଆକାଶ ବାଣୀ କଟକ ନାଟକରେ ନାୟିକା ଭୂମିକାରେ ଅଭିନୟ କଲେ । ଆଉ ଏହି ନାଟକରେ ଛବି ଦର୍ଶକଙ୍କ ପାଖରେ ପହଂଚି ଗଲେ । ତାପରେ ବନିଗଲେ ସେ ଯାତ୍ରା ଷ୍ଟାର । ଆଉ ସେହି ଗ୍ରୀନ ରୁମରେ ହୁଏ ପ୍ରେମ, ଆଉ ପ୍ରେମରୁ ବିବାହ । ଅଭିନେତା ଧୀରେନ୍ଦ୍ର ବହେରାଙ୍କ ସହ ବିବାହ ହେଲା ।  ଛବି ଏକ କନ୍ୟା ସନ୍ତାନର ମାଆ ହଲେ । ବେଶ ହସ ଖୁସିରେ ବିତୁ ଥିଲା ଛବି ଆଉ ଛବି-ଧୀରେନ୍ରଙ୍କ ପରିବାର । ଝିଅ ନିବେଦିତା ଭଲ ପାଠ ପଢୁଥିଲା । ଝିଅକୁ ୨୩ ବର୍ଷ ହୋଇଥିଲା, ଯୁକ୍ତ ତିନି ତୃତୀୟ ବର୍ଷ ବାଣିଜ୍ୟରେ ପଢୁଥିବା ବଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଗଲା । ଏକମାତ୍ର ସନ୍ତାନକୁ ହରାଇ ଛବି ପୁରା ଭାଙ୍ଗି ପଡିଥିଲେ । ତବେ ସ୍ବାମୀ ଧୀରେନ୍ଦ୍ରଙ୍କ ମୁହଁକୁ ଚାହିଁ, ଛବି ନିଜକୁ ବୁଝାଇ ପୁଣି ଅଭିନୟ ଜାରି ରଖିଲେ ।

ଏତିକିରେ ସରି ନଥିଲା, ଛବିଙ୍କ ଦୁଃଖ । ଝିଅ ମୃତ୍ୟୁର ଦୁଇ ବର୍ଷ ପରେ ସ୍ବାମୀ ଚାଲିଗଲେ ଆର ପାରିକୁ । ସେଦିନ ଥିଲା ୨୦୧୪ ମସିହା ମାର୍ଚ ମାସ ୧୯ ତାରିଖ, ହଠାତ୍ ହୃଦଘାତରେ ଅଭିନେତା ଧୀରେନ୍ଦ୍ରଙ୍କ ମୃତ୍ୟୁ ହୋଇଗଲା । ଛବିଙ୍କ ପାଦ ତଳର ମାଟି ଖସିଗଲା, ସେ ନିଜ ଆଖିକୁ ବି ବିଶ୍ବାସ କରି ପାରୁ ନଥାନ୍ତି ।  ସତେବେଳେ ଛବି ଧୀରେନ୍ଦ୍ର ବିଶ୍ବ ଦରବାର ଅପେରାରେ ଅଭିନୟ କରୁଥିଲେ । ସ୍ବାମୀଙ୍କ ଶବ ଦାହ ସରିଲା, ଆଉ ଛବିଙ୍କ ହାତରୁ ଚୁଡି ଭାଙ୍ଗି ଦଲେ, ମଥାରୁ ସିନ୍ଦୁର ବି ଲିଭାଇ ଦଲେ । ତବେ ସେହି ଦିନ ରାତିରେ ଛବିଙ୍କୁ ଅଭିନୟ କରିବାକୁ ପଡିଲା । ସେଦିନ ରାତିର ନାଟକ ଥିଲା – ସତ ମଶାଣୀରେ ମିଛ କୋକେଇ । ସେଦି ଦିନ ପୁଣି ଛବି ମଥାରେ ପିନ୍ଧିଲେ ସିନ୍ଦୁର, ଆଉ ହାତରେ ଚୁଢି ପିନ୍ଧି ସଧବା ନାରୀ ଭୂମିକାରେ ଅଭିନୟ କଲେ । ଏହି କଥା କହିବାବଳେ ଛବି କାନ୍ଦି ପକାଇଲେ । ଜୀବନରେ କିଏ ବା ଆଉ ତାଙ୍କର ଅଛି ।

ଏବେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଛନ୍ତି। ତାଙ୍କ ଜୀବନରେ ଆଉ କିଛି ଆଶା ନାହିଁ କି କିଛି ଇଛା ନାହିଁ । ଏମିତି ଏକା ଏକା ଚାଲି ଚାଲି ସେ ତାଙ୍କ ବାକି ଜୀବନ କଟାଇ ଦବେ ବୋଲି ଛବି କହିଛନ୍ତି ।

   Related Posts