Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଯାତ୍ରାଜଗତର ଜମାଣିଆ କାହାଣୀ: ସରିଗଲା ଅଳ୍ପ ଦିନର ଗଳ୍ପ, ନାୟିକା ଭାରତୀ ଓ ନିରାକାର ଏକାଠି ହେଲେ

13/11/2018 at 6:09 PM

ଭଦ୍ରକ ୧୩/୧୧ : ସରିଗଲା – ଅଳ୍ପ ଦିନର ଗଳ୍ପ । ପାର୍ବତୀର ଅଲିଅଳି ଝିଅକୁ ଆପଣାଇ ନେଲେ ନିରାକାର । ଆମେ କହୁଛୁ ଯାତ୍ରା ଜଗତର ନାମୀ ନାୟିକା- ଭାରତୀଙ୍କ କଥା । ନାୟିକା ଭାରତୀ ଓ ତାଙ୍କ ସ୍ୱାମୀ ନିରାକାର ପୁଣି ଏକାଠି ହୋଇଯାଇଛନ୍ତି । ଦୁଇ ଜଣଙ୍କର ରଙ୍ଗମଂଚ ଏବେ ଅଲଗା ଅଲଗା । ତେବେ ଦୁହିଁଙ୍କ ମନ, ଆଉ ପ୍ରାଣ ପୁଣି ଏକ ହୋଇ ଯାଇଛି । ରଙ୍ଗମହଲର ନାୟିକ ଭାରତୀ ଓ ଖଳନାୟକ ପୀୟୁଷ, ଉଭୟଙ୍କ ପ୍ରେମ ସଂପର୍କ ପାଇଁ ଦୁହିଁଙ୍କୁ ରଙ୍ଗ ମହଲରୁ  ବିଦା ହେବାକୁ ପଡିଥିଲା । ଏପରିକି ଭାରତୀ ତାଙ୍କ ସ୍ୱାମୀ ନିରାକାରକୁ ଡିଭୋର୍ସ କରିବେ ବୋଲି କହିଥିଲେ । ପୀୟୁଷ ଭାରତୀଙ୍କ ପ୍ରେମ , ଗଣମାଧ୍ୟମକୁ ବି ଭଲ ଖୋରାକ ଯୋଗାଇଥିଲା ।

ତେବେ କିଛି ଦିନ ଘରେ ରହିବା ପରେ ଭାରତୀ ଆଉ ପୀୟୁଷଙ୍କୁ ପାର୍ବତୀ ଗଣନାଟ୍ୟରେ ସୁଯୋଗ ମିଳିଲା । ସ୍ୱାମୀ ନିରାକାର ରଙ୍ଗ ମହଲରେ ନିଜର ଅଭିନୟ ଜାରି ରଖିଥିବା ବେଳେ ଭାରତୀ ଏବେ ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି । ଏକଦା ନାୟିକା ଭାରତୀ ରଙ୍ଗ ମହଲର ନାଟକ-ଖରାପ ଝିଅର ଗପରେ ଅଭିନୟ କରି ଚହଳ ସୃଷ୍ଟି କରିଥିଲା । ଏହି ନାଟକରେ ଭାରତୀଙ୍କ ନିଖୁଣ୍ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଭାରତୀ ପାର୍ବତୀ ଗଣନାଟ୍ୟରେ ପାଦ ପାଦ ଦେଉଁ ଦେଉଁ , ନାଟକ – ଅଲିଅଳି ଝଅ ରେ ନାୟିକା ଭୂମିକା ମିଳିଗଲା । ଆଉ ଏହି ନାଟକରେ ସେ ଦର୍ଶକଙ୍କ ମନ ଜିଣି ନେଇଛନ୍ତି ।

କିଛି ଦିନର ବ୍ୟବଧାନ ପରେ ଗତ ସପ୍ତାହରେ ଦୁଇଟି ଅପେରା ରଙ୍ଗ ମହଲ ଓ ପାର୍ବତୀ ଗଣନାଟ୍ୟ ଏକାଠି ବାରିପଦାରେ ନାଟକ ମଂଚସ୍ଥ କରୁଥାଏ । ସେହିଠାରେ ପୀୟୁଷ ଚାହିଁଲେ ଦୁହିଁଙ୍କୁ ଏକାଠି କରିଦେବାକୁ । ଶେଷରେ ଭେଟ ହୁଏ ଭାରତୀ ଆଉ ନିରାକାରଙ୍କର । ଅତୀତର ଭୁଲ ବୁଝାବଣାକୁ ଦୁଇ ଜଣ କବର ଦେଇଦେଲେ ।  ପୁଣି ଏକାଠି ହୋଇଗଲେ ନିରାକାର ଆଉ ଭାରତୀ । ଭାରତୀ ନିରାକାରଙ୍କ ଘରକୁ ଯାଇ ଶାଶୁ ଘର ଲୋକଙ୍କ ସହ ମିଶି ଯାଇଛନ୍ତି । ତେବେ ଏହି ଯାତ୍ରା ସିଜିନ ପରେ ଭାରତୀ ଓ ନିରାରାର ପୁଣି ଗୋଟିଏ ପାର୍ଟିରେ ଅଭିନୟ ଜାରି ରଖିବେ ବୋଲି ପୀୟୁଷ ଆମକୁ କହିଛନ୍ତି ।

   Related Posts