ଜଟଣୀରେ ନୂଆ ବିଜେଡି ପ୍ରାର୍ଥୀ ପାଇଁ ଦାବି କଲେ କର୍ମୀ

Published By : Prameya-News7 Bureau | March 18, 2019 IST

ଜଟଣୀ ୧୮/୩ : ଜଟଣୀରେ ଦଳୀୟ ପ୍ରାର୍ଥୀ ଭାବେ ଜଣେ ନୁଆ ମୁହଁଙ୍କୁ ଚାହୁଁଛନ୍ତି ବିଜେଡି କର୍ମୀ । ଆଜି ଏ ନେଇ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ବିଜେଡି କର୍ମୀମାନେ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଗଲେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀର ୩୦ଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ  ଓ ନେତା ଏହି ବୈଠକରେ ସାମିଲ ହୋଇଥିଲେ ।

{"id":94894}

ଏପ୍ରିଲ ୨୩ ତୃତୀୟ ପର୍ଯ୍ୟାୟରେ  ଜଟଣୀ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ବିଜେଡିର ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ସ୍ଥିର ହୋଇନାହିଁ । ବିଜେଡି ପ୍ରତି ଏଠି ଜନସମର୍ଥନ ରହିଥିବା ବେଳେ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ନେଇ ଏଠି କର୍ମୀ ମହଲରେ ଢ଼େର୍‌ ଅସନ୍ତୋଷ ରହିଛି । ତେଣୁ ଜଟଣୀ ପାଇଁ  ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିବା ସପକ୍ଷରେ ଅଛନ୍ତି ଦଳୀୟ କର୍ମୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.