Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଜି ଅପରାହ୍ନରେ ପୁଣି ପ୍ରକାଶ ପାଇବ ବିଜେଡି ତାଲିକା, ବଦଳି ପାରେ ଜଟଣୀ ଟିକେଟ

1/04/2019 at 12:43 PM

ଭୁବନେଶ୍ବର୧|୪: ବିଜେଡିର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଉ ୧୯ ଟି ବିଧାନସଭା ପାଇଁ ସିଟ୍ ଘୋଷଣା ହୋଇନଥିବା ବେଳେ ଆଉ ୩ଟି ଲୋକସଭା ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେବେ ଖୁବ୍ ଶିଘ୍ର ଏହି ଆସନଗୁଡିକ ପାଇଁ ବିଜେଡି ସୁପ୍ରିମୋ ନାଁ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

ଟିକେଟ୍  ପାଇଁ ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ ଲାଗିଛି । ସେପଟେ ପ୍ରକାଶିତ ପ୍ରାର୍ଥୀ ତାଲିକା ନେଇ ଅସନ୍ତୋଷ ବଢୁଥିବା ଦେଖି କେତେକ ସ୍ଥାନରେ ବିଜେଡି ତାର ପ୍ରାର୍ଥୀ ତାଲିକା ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଜଟଣୀରେ ମଧ୍ୟ ଏହି ଅସନ୍ତୋଷ ବଢୁଥିବାରୁ ଏଠାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଜଟଣୀରେ ଲୋକେ ନୂଆ ପ୍ରାର୍ଥୀଙ୍କୁ ଦେଖିବାକୁ ଆଶା କରୁଥିଲେ । ତେବେ  ଦିଆଯାଇଥିବା ପ୍ରାର୍ଥୀଙ୍କୁ ନେଇ ନିର୍ବାଚନମଣ୍ଡଳୀରେ କର୍ମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ବଢିବା ଦେଖାଗଲାଣି । ତେଣୁ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ ନହେଲେ କିଛି ନେତା ବିଜେଡି ଛାଡିବେ ବୋଲି ଧମକ ଦେଲେଣି ।

ସେପଟେ ଜଗତସିଂହପୁରରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରି ରାସ୍ତାରୋକ ଜାରି  । ଆଜି ମଧ୍ୟ ଜଗସିଂହପୁର ଥାନା ଛକରେ ବିରୋଧ ପ୍ରଦର୍ଶନ ସହ ନାରାବାଜି ଚାଲିଛି । ବିଜେଡି ଟିକେଟ୍ ଆଶାୟୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ ମାନେ ଆଜି ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି । ଗତକାଲି ରାତିରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା, ସାଇନବୋର୍ଡ, ଆସବାବ ପତ୍ର ଭାଙ୍ଗିଛନ୍ତି ଉତ୍ୟକ୍ତ ବିଜେଡି କର୍ମୀ । ଥାନା ଛକରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ମଧ୍ଯ ଦାହ କରିଥିଲେ ଆଶାୟୀ ବିଜେଡି ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ ।

   Related Posts