ଯତୀନ୍ଦ୍ର କୋଏଲ ଏସଟିଏଫର ଆଇଜି ନିଯୁକ୍ତ
2/11/2018 at 6:24 PM

ଯତୀନ୍ଦ୍ର କୋଏଲଙ୍କୁ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଆଇଜି ଭାବେ ସରକାର ନିଯୁକ୍ତ କରିଅଛନ୍ତି | ୨୦୦୦ ମସିହା ବ୍ୟାଚର ଆଇପିଏସ ଅଫିସର ଯତୀନ୍ଦ୍ର କୋଏଲ କେଉଁଝର, କନ୍ଧମାଳର ଏସପି ଭାବେ କାର୍ଯ୍ୟ କରିସାରିଛନ୍ତି | ସେହିଭଳି କ୍ରାଇମବ୍ରାଞ୍ଚ, ସିବିଆଇ ଓ ସ୍ପେସିଆଲ ବ୍ରାଞ୍ଚର ଏସପି ଭାବେ କାମ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି | ସେ ସିବିଆଇର ଡ଼ିଆଇଜି, ତାଳଚେର ରେଞ୍ଜର ଡ଼ିଆଇଜି ଏବଂ ଭିଜିଲାନ୍ସ ବିଭାଗର ଆଇଜି ଭାବେ କାର୍ଯ୍ୟ କରିସାରିଛନ୍ତି |
Related Posts
ବରକୁ ନେଇ ଛୁ ମାରିଲା ଘୋଡା
18 May 2022