#MeToo ବାପା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ସମ୍ପର୍କରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ଏମିତି କିଛି କଥା କହିଲେ ଅଭିନେତ୍ରୀ ନନ୍ଦିତା ଦାସ...

Published By : Prameya-News7 Bureau | October 17, 2018 IST

ନୂଆ ଦିଲ୍ଲୀ ୧୭/୧୦ : ୨୦୧୨ ମସିହାରେ ପଦ୍ମ ଭୂଷଣ ପୁରସ୍କାର ପାଇଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ନିଶା ବୋରା ନାମକ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି | ନିଶାଙ୍କ ପରେ ପରେ ଆଉ ଜଣେ ମହିଳା ମଧ୍ୟ ଯତୀନ ଦାସଙ୍କ ବିରୋଧରେ ଅସମାନ ଧାରଣାର ଏକ ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ହେଇଛି | ୭୬ ବର୍ଷ ବୟସ୍କ ଯତୀନ ଦାସ ୨୦୦୪ ମସିହାରେ ନିଶା ବୋରାଙ୍କୁ ତାଙ୍କ ସ୍ଟୁଡ଼ିଓରେ ଆଲିଙ୍ଗନ କରି ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଥିଲା | ଏ ସମ୍ପର୍କରେ ଯତୀନ ଦାସଙ୍କ ଝିଅ ତଥା ଖ୍ୟାତନାମା ଅଭିନେତ୍ରୀ ନନ୍ଦିତା ଦାସ ମୁହଁ ଖୋଲିଛନ୍ତି | ନନ୍ଦିତା କହିଛନ୍ତି ଯେ, ମେ ତୁ ଅଭିଯାନକୁ ସେ ପୁର୍ଣ ମାତ୍ରାରେ ସମର୍ଥନ କରିଆସିଛନ୍ତି | ଏବେ ଯଦିଓ ତାଙ୍କ ବାପାଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ ତାଙ୍କୁ ବିଚଳିତ କରିଛି ତଥାପି ଏହି ଅଭିଯାନକୁ ନେଇ ତାଙ୍କ ଆଭିମୁଖ୍ୟ ଅପରିବର୍ତ୍ତିତ ରହିବ | ତେବେ ଏଭଳି ଅଭିଯାନରୁ କେହି ଭୁଲ ଫାଇଦା ଉଠେଇବା କଥା ନୁହେଁ ବୋଲି ସେ କହିଛନ୍ତି | ଭୁଲ ଫାଇଦା ଉଠେଇଲେ ଅଭିଯାନର ଲକ୍ଷ ବଦଳିଯାଇପାରେ | ସେ ତାଙ୍କ ପିତାଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ ନେଇ କହିଛନ୍ତି ଯେ, ସବୁବେଳେ ସତ୍ୟର ଜୟ ହେବ | ଏ ସମ୍ପର୍କରେ ଆଉ ଅଧିକ କିଛି ମତାମତ ଦେବାକୁ ସେ ଚାହିନାହାନ୍ତି | ଅପରପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଯତୀନ ଦାସ ସିଧାସଳଖ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ ମିଥ୍ୟା ଏବଂ ହାସ୍ୟାସ୍ପଦ | ଅଭିଯୋଗକୁ ସେ ଅଶ୍ଳୀଳ ବୋଲି ମଧ୍ୟ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.