କଂଗ୍ରେସରୁ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା ଏବଂ ବିଜେଡିରୁ କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଇସ୍ତଫା

Published By : Prameya-News7 Bureau | March 23, 2019 IST

ସୁନ୍ଦରଗଡ ୨୩|୩ : ସୁନ୍ଦରଗଡ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି । ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଆଶାୟୀ ଥିଲେ ଜଟିଆ ମୁଣ୍ଡା । ତେବେ ସେଠାରେ ଜଟିଆଙ୍କୁ ଟିକେଟ୍ ନଦେଇ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ଦଳ ଟିକେଟ୍ ଦେଇଥିବା ଘୋଷଣା କରିଛି । ତେଣୁ କ୍ଷୁବ୍ଧ ହୋଇ ଜଟିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ନିଜର ଶତାଧିକ ସମର୍ଥକଙ୍କ ସହ ସେ ଆସନ୍ତାକାଲି ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ।

ସେ ଅମିତା ବିଶ୍ବାଳଙ୍କୁ ବିରୋଧ କରିବା ସହ କଂଗ୍ରେସରେ ପାରିବାରିକ ରାଜନୀତି ଚାଲିଥିବା ମଧ୍ୟ କହିଛନ୍ତି ।

ସେହିପରି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ କୁଚିଣ୍ଡା ବିଧାନସଭା ଆସନ ପାଇଁ ବିଜେଡି ଦଳକୁ ଆଶାୟୀ ଥିଲେ ବୃନ୍ଦାବନ । ତେବେ ବିଜେଡି ଛାଡିବା ପରେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.