୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଜଟଣୀ ଥାନା ଆଇଆଇସି ଭିଜିଲାନ୍ସ ଦ୍ୱାରା ଗିରଫ

Published By : Prameya-News7 Bureau | September 03, 2018 IST

ଭୁବନେଶ୍ୱର ୦୩/୯ : ଜଟଣୀ ଥାନା ଆଇଆଇସି ସଞ୍ଜିବ ମହାନ୍ତି ଗିରଫ । ଗିରଫ କଲା କଟକ ଭିଜିଲାନ୍ସ ସେଲ୍ । ରିଙ୍କୁ ମଙ୍ଗରାଜ ନାମକ ବ୍ୟକ୍ତିଙ୍କଠୁ ୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । କେସ୍ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ । ଗିରଫ ହବାପରେ ବିଜିଲାନ୍ସ ତାଙ୍କ ବାସ ଭବନରେ ଚଢାଉ କରିଥିଲା । ତାଙ୍କ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା, ୨ଟି ପାସବୁକ୍‌, ସୁନାଗହଣା, ବ୍ୟାଙ୍କ ଲକର୍‌ ଚାବି ମଧ୍ୟ ପାଇଛି । ଆଇଆଇସିଙ୍କୁ ବିରୋଧ କରି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଥାନା ଚାରିପଟେ ଘେରିଯାଇଥିଲେ । ଭିଜିଲାନ୍ସ ଦଳ ଆଇଆଇସିଙ୍କୁ ଥାନା ପଛପଟେ କୌଶଳକ୍ରମେ ନେଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.