ଜଟଣୀ ଥାନାରୁ ବିଦା ହେବେ ଆହୁରି ଅନେକ ପୁରୁଣା ଅଧିକାରୀ ଆଉ କର୍ମଚାରୀ

Published By : Prameya-News7 Bureau | September 06, 2018 IST

ଖୋର୍ଦ୍ଧା ୦୫/୦୯ : ଜଟଣୀ ଥାନାରୁ ବିଦା ହେବେ ଆହୁରି ଅନେକ ପୁରୁଣା ଅଧିକାରୀ ଆଉ କର୍ମଚାରୀ । ନିକଟରେ ଲାଂଚ କାରବାର ଅଭିଯୋଗରେ ଜଟଣୀ ଥାନାର ଆଇଆଇସି ଧରାପଡ଼ିବା ପରେ ଏମିତି କିଛି ନିଷ୍ପତି ନେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି । ତେବେ ଗଣେଶ ପୂଜା ପୂର୍ବରୁ ଜଟଣୀ ଥାନାରେ ଖାଲିପଡ଼ିଥିବା ଅଫିସର ପଦବୀ ପୂରଣ କରିବା ସହ ଦକ୍ଷ ଏବଂ ସଚ୍ଚୋଟ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.