Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମିଶନ ଲୋଭ : ନର୍ସିଂହୋମ୍‌ରେ ଭର୍ତ୍ତି ହେବା ପାଇଁ ରୋଗୀକୁ ପ୍ରବର୍ତ୍ତାଉଛନ୍ତି ଜଟଣୀ ସରକାରୀ ଡାକ୍ତରଖାନା ପ୍ରସୂତୀ ବିଭାଗର ଡାକ୍ତରାଣୀ

ଖୋର୍ଦ୍ଧା ୧୨|୭: ସରକାରୀ ଡାକ୍ତରଖାନାରେ ଗର୍ଭବତୀଙ୍କ ଚିକିତ୍ସା ପାଇଁ ସ୍ପେଶିଆଲିଷ୍ଟ୍‌ ଡାକ୍ତର ଅଛନ୍ତି । ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାକୁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ହେଲେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତି ବିଭାଗ ଡାକ୍ତରାଣୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମାଡାମ୍‌ କୁଆଡ଼େ ତାଙ୍କ ପାଖକୁ ଆସୁଥିବା ପ୍ରସୂତିଙ୍କୁ ଘରୋଇ ନର୍ସିଂହୋମ୍‌ ଯିବାକୁ ପରାମର୍ଶ ଦେଉଛନ୍ତି । ଏସମ୍ପର୍କରେ ଆମେ ଖୋର୍ଦ୍ଧା ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମିଳିଛି ଆଶ୍ବାସନା ।

ଚାକିରିକୁ ଚାକିରି । ପୁଣି ବୋନସ୍‌ରେ ବେପାର । ସରକାରୀ ଡାକ୍ତରଖାନାରେ ଚାକିରି କରି ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେବେ । ପୁଣି ଘରୋଇ ନର୍ସିଂହୋମ୍‌ ସହ ଡିଲ୍‌ କରି କମିଶନ କମାଇବେ ।  ଏମିତି ଗୋଟେ ସାଂଘାତିକ ଅଭିଯୋଗ ଏବେ ଆସିଛି ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତି ବିଭାଗ ଡାକ୍ତରାଣୀଙ୍କ ବିରୋଧରେ ।

ମାଡାମ୍‌ କୁଆଡ଼େ ତାଙ୍କ ପାଖରେ ରେଗୁଲାର୍‌ ଚେକ୍‌ଅପ୍‌ ପାଇଁ ଆସୁଥିବା ଜଣେ ପ୍ରସୂତିଙ୍କୁ ପ୍ରାଇଭେଟ୍‌ ନର୍ସିଂହୋମ୍‌କୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଆଉ ସେଠାରେ ୨୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ କହିଥିଲେ । ସରକାର ଯେତେବେଳେ ପ୍ରସୂତୀଙ୍କୁ ସମସ୍ତ ପ୍ରକାର ସହାୟତା ଓ ମାଗଣା ଚିକିତ୍ସା ଯୋଗାଇଦେବାକୁ ଜନନୀ ଯୋଜନା କରିଛନ୍ତି, ସେତେବେଳେ ଖୋଦ୍‌ ସରକାରୀ ଡାକ୍ତରଖାନାରେ କିଛି ଡାକ୍ତରଙ୍କ ଏଭଳି ଆକ୍ଟିଭିଟି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାଗ ଡାକ୍ତରାଣୀଙ୍କ ବିରୋଧରେ ଏଭଳି ଗୋଟେ ସାଂଘାତିକ ଅଭିଯୋଗ ଉଠିବା ପରେ ଆମେ ମାଡାମଙ୍କୁ  ଏ ବାବଦରେ ପଚାରିଥିଲୁ । ମାଡାମ୍‌ କହୁଛନ୍ତି ସେ କୁଆଡ଼େ ପ୍ରସୂତିଙ୍କୁ ଅପ୍‌ସନ୍‌ ଦେଇଥିଲେ ।

ମାଡାମଙ୍କ ଏଭଳି ଅପ୍‌ସନକୁ ବାବଦରେ ସିଡିଏମଓଙ୍କ କହିବା କଥା ରୋଗୀର କଣ୍ଡିସନ ଦେଖି ସରକାରୀ ଡାକ୍ତର ରୋଗୀକୁ ରେଫର କରିପାରିବେ । ହେଲେ କୌଣସି ଘରୋଇ ନର୍ସିଂହୋମ୍‌ କି ଡାକ୍ତରଖାନାକୁ ନୁହେଁ । ବରଂ ସରକାରୀ ଡାକ୍ତରଖାନାକୁ । ତାହେଲେ ମାଡାମ୍‌ଙ୍କ ଏଭଳି ଅପ୍‌ସନ୍‌ ପଛର ରହସ୍ୟ କ’ଣ ତା’ର ତଦନ୍ତ ହେବା ତ ନିହାତି ଦରକାର ।

225 Views

   ସମ୍ବନ୍ଧିତ ଖବର