ଜଟଣୀ ବଡବଜାର ସଟଡାଉନ୍

Published By : Prameya-News7 Bureau | June 09, 2020 IST

ଜଟଣୀ, ୦୯|୦୬:  କରୋନା ସଂକ୍ରମଣ ରୋକିବା ପାଇଁ ଜଟଣୀ ବଡ ବଜାରକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁସାରେ, ବଡ ବଜାର  ଅଞ୍ଚଳର ଜଣେ ବ୍ୟବସାୟୀ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପରେ ଜଟଣୀ ପୌର ପ୍ରଶାସନ ବଡ ବଜାର ଅଞ୍ଚଳକୁ ମଙ୍ଗଳବାର ସଂନ୍ଧ୍ୟା ୭ଟାରୁ ଆସନ୍ତା ୧୨ ତାରିଖ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ କରିଛି ।ସୀତାରାମ ଛକରୁ ବଡବଜାର ଅଞ୍ଚଳକୁ ସିଲ୍ କରାଯିବା ସହ ଲୋକଙ୍କୁ ଘରୁ ନାବାହାରିବାକୁ କୁହୀଯାଇଛି ।

ଏତତ୍ ବ୍ୟତୀତ ଜଟଣୀ ପଦନପୁର ପଞ୍ଚାୟତକୁ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି । ବଡବଜାରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘର ପଦନପୁର ହୋଇଥିବାରୁ ସରପଞ୍ଚ ପଞ୍ଚାୟତକୁ ସଟଡାଉନ୍ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.